ପୋଲିସ ଦ୍ବାରା ମାଓବାଦୀ ବିସ୍ଫୋରକ ଜବତ ।

0 358

ମାଲକାନଗିରି ,୨୬/୦୫(ପିପିଟି) :ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ସୀତାରାମା ରାଜୁ ଜିଲ୍ଲାର ପାଡେରୁ ପୋଲିସ ଦ୍ବାରା ଶନିବାର ଦିନ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଡେରୁ ପୋଲିସ ଜିକେବିଧି ବ୍ଲକ, ଗାଲିକୋଣ୍ଡା ପଞ୍ଚାୟତ, ସିଲେରୁ ଥାନା ଅନ୍ତର୍ଗତ ପାନାସଲାବଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ସର୍ଚ୍ଚ ଅପରେଶନ ଲାଗି ବାହାରିଥିଲେ। ଏହି ସମୟରେ ଗୋଟିଏ ସ୍ଥାନରେ ମାଓ ଡମ୍ପ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଡମ୍ପରୁ ଟିଫିନ ବୋମା ୬ଟି , ଲ୍ୟାଣ୍ଡମାଇନ ୨ ଟି, ବିସ୍ଫୋରକ ଗୋଟିଏ, ତାର ୧୫୦ ମିଟର, ଲୁହା ନଟ୍ ଓ ସ୍କୃ ୫ କେଜି, ମାଓ ପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଯାଇଛି। ତେବେ ଏକଦା ଏହି ଆଲୁରି ସୀତାରାମା ରାଜୁ ଜିଲ୍ଲା ମାଓବାଦୀଙ୍କ କବ୍‌ଜାରେ ଥିଲା । କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳ ମାଓବାଦୀମୁକ୍ତ ହୋଇଛି ବୋଲି ପୋଲିସ ପ୍ରକାଶ କରିଛି । ତେବେ ଏହି ବିସ୍ଫୋରକ ସାମଗ୍ରୀ ଗୁଡିକ ପୋଲିସକୁ ଟାର୍ଗେଟ କରି ରଖାଯାଇଥିବା ସନ୍ଦେହ କରାଯାଉଛି । ଆଗାମୀ ଦିନରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଦ୍ବାରା ସମସ୍ତ ମାଓ ଡମ୍ପକୁ ଠାବ କରାଯିବ ବୋଲି ଆଲୁରି ସୀତାରାମା ରାଜୁ ଜିଲ୍ଲା ଏସ୍‌ପି ତୁହିନ ସିହ୍ନା ସୂଚନା ଦେଇଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.