ବାଲିଗୁଡ଼ା,୦୫/୦୬(ପିପିଟି): ବେଆଇନ୍ ବାଲି ଡିପୋରେ ଚଢ଼ାଉ । ପୋଲିସ୍ ଉପସ୍ଥିତିରେ ରେଭିନ୍ୟୁ ଓ ମାଇନିଂ ବିଭାଗ ପକ୍ଷରୁ ଶୁକ୍ରବାର ବାଲିଗୁଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବାନ୍ଦାପାଙ୍ଗା ନିକଟସ୍ଥ ଏକ ବେଆଇନ୍ ବାଲି ଡିପୋରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ୍ ବାଲି ଜବତ କରାଯାଇଛି । କନ୍ଧମାଳ ଜିଲ୍ଲାରେ ମାତ୍ର ଦୁଇଟି ସରକାରୀ ଅନୁମୋଦିତ ବାଲି ଡିପୋ ଥିବା ବେଳେ ବିଭିନ୍ନ ସ୍ଥାନରୁ ବେଆଇନ୍ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ବାଲିଗୁଡ଼ା ତହସିଲଦାର ଦିପ୍ତିପ୍ରକାଶ ବେହେରାଙ୍କ ତଦନ୍ତ ପରେ ମାଇନିଂ ବିଭାଗ ପକ୍ଷରୁ ବାଲିଗୁଡ଼ା ଅଞ୍ଚଳରେ ଚଢ଼ାଉ ଜାରି ରହିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମାଇନିଂ ଅଫିସର ପ୍ରଭାତ ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ