ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ।

0 14

ପୋଲସରା ,୦୭/୦୯(ପିପିଟି): ବୁଧବାର ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ +୩ କଳା ଏଵଂ ବିଜ୍ଞାନ ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏ ନେଇ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡ. ଭଗବାନ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। NCC Lt. ବିନତା କୁମାରୀ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଆତ୍ମ ପ୍ରତିରକ୍ଷା ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସାଦ ଗୌଡ଼ ପ୍ରଦିପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଯୋଜିକା ଲେପ୍ଟନାଣ୍ଟ ବିନତା କୁମାରୀ ଦାସ ଙ୍କ ତତ୍ତ୍ୱାବଧନ ରେ +୩ ତୃତୀୟ
ବର୍ଷର ୧୫୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋନାଲି କୁମାରୀ ସାହୁ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଏବଂ ମିସ୍ ସୁଜାତା ରାଣୀ ବେହେରା ବଟାନି ଡେମୋନଷ୍ଟ୍ରେଟର ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମର ମହତ୍ତ୍ୱ ସମ୍ପର୍କରେ ବୁଝେଈଥିବା ବେଳେ ୨ ଜଣ ମାଷ୍ଟର ଟ୍ରେନର ରଚିତା କୁମାରୀ ସାହୁଏବଂ ସ୍ମୃତି ବେହେରା ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶିକ୍ଷିତ କରାଇଥିଲେ। ଏଠାରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ପରିଶେଷରେ ସଂଯୋଜିକା Lt.ବିନତା କୁମାରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଜାତୀୟ ସଂଙ୍ଗୀତ ଜନଗଣ ମନ ଗାନ କରାଯାଇ ସଭା ସମାପ୍ତ ହୋଇଥିଲା ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.