ପୋଲସରା,୨୭/୦୫ (ପିପିଟି): ପୋଲସରା ପାଇଁ ଗୌରବ ଆଣିଲେ କସ୍ତୁରୀ ଆଚାରୀ। ଚଳିତ ୨୦୨୬ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏସ ପରୀକ୍ଷାରେ ୩୮ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। କସ୍ତୁରୀ ଆଚାରୀ ହେଉଛନ୍ତି ଗଂଜାମ ଜିଲ୍ଲା ପୋଲସରା ମ୍ୟୁନିସିପାଲିଟି ସ୍ଥିତ ବ୍ରାହ୍ମଣ ସାହିର ଅବସାର ପ୍ରାପ୍ତ ରାଜସ୍ୱ ବିଭାଗ କର୍ମଚାରୀ ଡି କାମରାଜୂ ଅଚାରୀଙ୍କ ପୁତ୍ରବଧୂ ତଥା ବର୍ତ୍ତମାନ ପୋଲସରା ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଡି ଜ୍ୟୋତି ରଞ୍ଜନ ଅଚାରୀଙ୍କ ଧର୍ମପତ୍ନୀ। ନିଜର କଠିନ ପରିଶ୍ରମ ଓ ଚେଷ୍ଟା ବଳରେ ଦ୍ଵିତୀୟ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି କସ୍ତୁରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କର ଏଭଳି ସଫଳତାରେ ପୋଲସରା ଅଞ୍ଚଳର ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ଶୁଅ ଛୁଟିଛି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା