ପିଜି ଏକକ ପ୍ରବେଶିକା ପରୀକ୍ଷା ଶିକ୍ଷା ବିଷୟରେ ବିରମହରାଜପୁର ର ଆକାଶ ପ୍ରଥମ ।

0 323

ଉଲୁଣ୍ଡା,୨୩/୧୧(ପିପିଟି); କଠିନ ପରିଶ୍ରମ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ପ୍ରକାରର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମର ଆକାଶ ମେହେର ।ସାରା ରାଜ୍ୟରେ ଏବର୍ଷ ନୂତନ ଭାବରେ କରାଯାଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷାରେ ଶିକ୍ଷା ବିଷୟରେ ବିରମହାରାଜପୁର କଲେଜର ଛାତ୍ର ଆକାଶ ମେହେର ଶତକଡା ୭୫.୬୩ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ଆକାଶ କେନ୍ଦୁପାଲି ଗ୍ରାମର ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ପିତା ରସାନନ୍ଦ ଏବଂ ମାତା ବିନୋଦିନି ନିଜର କୌଳିକ ବୃତ୍ତିକୁ ଆଦରି ନେଇ ପରିବାର ପ୍ରତିପୋଷଣ କରିବା ସହ ପୁଅକୁ ଉଚ୍ଚଶିକ୍ଷିତ କରିବା ପାଇଁ ଆଶା ରଖିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.