ବେଗୁନିଆପଡା ,୦୫/୧୦(ପିପିଟି ):ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦ୍ଦମେଖ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ଅତିରିକ୍ତ ତହସିଲଦାର ରବିନାରାୟଣ ସେଠି,ସରପଞ୍ଚ ମଞ୍ଜୁଳା ମେହେଣା , ଜି ପି ଡ଼ି ଓ ସୁଧୀର କୁମାର ପ୍ରଧାନ .ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ, ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର , କୃଷି ଅଧିକାରୀ ରାମଲାଲ ସାମଦ,ଜଳ ଓ ପରିମଳ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ଯୋଗ ଦେଇ ଥିଲେ । ମୋଟ ୬ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ପେନସେନ ୩ , ରାସନ କାର୍ଡ ୧,ଜମିଜମା ୧ ଓ ରାସ୍ତା ମତାମତି ୧ଟି ଅଭିଯୋଗ ହୋଇଥିଲା । ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ଅତିରିକ୍ତ ବେଗୁନିଆପଡ଼ା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା।ଏହାରି ଭିତରେ କିଛି ଅଭିଯୋଗ କାରି ଏ ସବୁ ପ୍ରହସନ ବୋଲି କହିଥିବା ଜଣାପଡିଛି ୯ ସେମାନଙ୍କ କହିବା ପ୍ରକାରେ ଏଠାରେ ବର୍ତ୍ତମାନ କୁ ମିଶାଇ ତିନିଥର ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଛି, ପ୍ରତ୍ୟକ ଥର ଆମ୍ଭେ ଅଭିଯୋଗ କରି ଆସିଛୁ କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ ଏଣୁ ଏବେ ମଧ୍ୟ ସେମିତି ହିଁ ହେବ ।