ନିଜନିଜ ସମର୍ଥକଙ୍କ ସହ କଲେଜ ପହଞ୍ଚି ଶାନ୍ତିଶୃଙ୍ଖଳାରେ ଭରିଲେ ପ୍ରାର୍ଥୀପତ୍ର ।

0 108

ବେଗୁନିଆପଡା ,୦୯/୧୦(ପିପିଟି): ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳ ଚଞ୍ଚଳ କଲେଜ କ୍ୟାମ୍ପସ । ଏଥିଲାଗି ସଜବାଜ ହୋଇ ଆଗଭର ହେଲେଣି ଆଶାୟୀ ପ୍ରାର୍ଥୀ । ଦୀର୍ଘ ୮ ବର୍ଷ ପରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବେଶ୍ ଖୁସି ଅଛନ୍ତି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ । ଆଜି ନାମାଙ୍କନ ପତ୍ର ଦାଖଲ ଥିବାବେଳେ ଛାତ୍ରଛାତ୍ରୀ ମାନେ ନିଜ ନିଜର ସମର୍ଥକ ଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ମେଳି ବାନ୍ଧି କଲେଜ ସମ୍ମୁଖରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀ ରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ପହଞ୍ଚି ବହୁ ଆଶାୟୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିରାଡ଼ମ୍ବର ରେ ନିଜର ବହୁ ସମର୍ଥକଙ୍କ ସହ କଲେଜ କ୍ୟାମ୍ପସ କୁ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ବିଭିନ୍ନ ପଦବୀ ପାଇଁ ସମୁଦାୟ 18 ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ଦୁଇଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବା ଜଣାପଡ଼ିଛି, ବର୍ତ୍ତମାନ ମୈଦାନ ରେ ସମସ୍ତ ପଦବୀ ପାଇଁ ଦୁଇଜଣ ଲେଖାଏଁ ପ୍ରାର୍ଥୀ ଙ୍କ ନାମାଙ୍କନ କାଏମ ରହିଛି, ବର୍ତ୍ତମାନ ସିଧା ସିଧା ଟକ୍କର ହେବା ପ୍ରାୟ ନିଶ୍ଚିତ ଜଣାପଡୁଛି ! ଯଦି ଚଳିତ ନିର୍ବାଚନରେ ବିଜୟ ହୁଅନ୍ତି ତେବେ ମହାବିଦ୍ୟାଳୟ ର ବହୁ ବର୍ଷରୁ ରହିଥିବା ଅନେକ ସମସ୍ୟାର ଓ ତାହାର ସମାଧାନ ଲାଗି ଲଢେଇ କରିବେ ବୋଲି କହିଛନ୍ତି ଆଶାୟୀ ଛାତ୍ରଛାତ୍ରୀ ।ଏଥିରେ ନିର୍ବାଚନ ଅଧିକାରୀ ଭାବେ କଲେଜ ଅଧ୍ୟକ୍ଷ୍ୟ ରଘୁନାଥ ମୁଦୁଲି ଥିବାବେଳେ ଅତିରିକ୍ତ ନିର୍ବାଚନ ଅଧିକାରୀ ଅଧ୍ୟାପକ ସାଗର ଚାନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ନୋଡାଲ ଅଫିସର ଭାବେ କୋଦଳା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ନିଜ ଦାଇତ୍ୱ ସୁଚାରୁ ରୂପେ ପାଳନ କରିଥିବା ବେଳେ ତହସିଲଦାର ବିନ୍ଦୁ ବଳୟ ରାଉତରାୟ ନିର୍ବାଚନ ପରିଚାଳନା କେନ୍ଦ୍ର ରେ ଉପସ୍ଥିତ ରହି ସମସ୍ତ ଦିଗକୁ ଦୃଷ୍ଟି ରେ ରଖି ତଦାରଖ କରିଥିଲେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ପୋଲିସ ଉପସ୍ଥିତ ଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.