ନବଜାତ ଶିଶୁର ମୃତଦେହ ଉଦ୍ଧାର ।

0 42

ରେଙ୍ଗାଲିକ୍ୟାମ୍ପ, ୨୩/୦୯: ପୁଣି ଥରେ ଧରାପୃଷ୍ଠରେ ମାନବିକତା ହାରିଯାଇଛି। ସମାଜକୁ ସ୍ତବ୍ଧ କରିଦେବା ଭଳି ଏକ ଅତ୍ୟନ୍ତ କରୁଣ ତଥା ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି। ପିଠାପୋଟଲରୁ ଭାଲୁପତ୍ରା ଯିବା ରାସ୍ତାର ଏକ ବୁଲାଣି ନିକଟସ୍ଥ ବାମପାର୍ଶ୍ଵ ଧାନକ୍ଷେତ ପାଖ କେନାଲ କଡ଼ରୁ ଏକ ନବଜାତ ଶିଶୁର ମୃତଦେହ ଠାବ ହୋଇଛି।

ସୂଚନା ଅନୁସାରେ, ଆଜି ସକାଳେ କିଛି ସ୍ଥାନୀୟ ଚାଷୀ ଧାନକ୍ଷେତକୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ କେନାଲ କୂଳ ନିଛାଟିଆ ଜାଗାରେ ଏହି ନବଜାତ ଶିଶୁଟି ପଡ଼ିରହିଥିବା ଦେଖିବାକୁ ପାଇଥିଲେ। କଅଁଳ ନିଷ୍ପାପ ଜୀବନଟିର ଏଭଳି ଅସହାୟ ଓ କରୁଣ ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। କିଏ ଏବଂ କେଉଁ ପରିସ୍ଥିତିରେ ଏହି କଅଁଳ ଶିଶୁକୁ ଏଭଳି ନିର୍ଦ୍ଦୟ ଭାବେ ଫିଙ୍ଗି ଚାଲିଗଲା, ତାହା ଏପର୍ଯ୍ୟନ୍ତ ରହସ୍ୟାବୃତ ରହିଛି।ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଜାଙ୍ଗେଡ଼ ପଞ୍ଚାୟତ ସରପଞ୍ଚ ଭାଗବତୀଆ ସିଂ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତାବିରା ପୋଲିସକୁ ଅବଗତ କରାଇଥିଲେ। ଖବର ପାଇବା କ୍ଷଣି ଘଟଣାସ୍ଥଳରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ତହସିଲଦାର କେ. ରୀଚି କୁମାର, ଅଗ୍ନିଶମ ବାହିନୀ ଏବଂ ଅତାବିରା ପୋଲିସ ଟିମ୍ ପହଞ୍ଚି ଶବ ଜବତ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହି ଅମାନବୀୟ କାର୍ଯ୍ୟ ପଛରେ ଥିବା ପ୍ରକୃତ କାରଣ ଖୋଜିବା ପାଇଁ ତନାଘନା ଜାରି ରଖିଛି। ମୃତ ଶିଶୁକୁ ବରଗଡ଼ ଖେଦାପାଳି ମୁଖ୍ୟ ଡାକ୍ତରଖାନାରେ ମର୍ଚର ରେ ରଖାଯାଇଛି କଲେ କୌଣସି ସମ୍ବନ୍ଧୀୟ ବ୍ୟକ୍ତି ର ସୂଚନା ମିଳି ଚିହ୍ନଟ କରିବା କିମ୍ବା ତାଙ୍କୁ ହସ୍ତାନ୍ତର କରିବା ପାଇଁ ।

Leave A Reply

Your email address will not be published.