ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ।

0 33

ଯାଜପୁର,୨୩/୦୯(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଆଜି ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଲିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିରନ୍ତର ଭାବେ ଗରିବ,ଅସହାୟ,ଅବହେଳିତ, ନିଷ୍ପେଶିତ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଈ ଦିଆଯାଉଛି।ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଭାବ ଅନାଟନରେ ଥିବା କଲଣ ପଞ୍ଚାୟତ ସୁଳିଆ ଗ୍ରାମର ସୁଲୋଚନା ପ୍ରଧାନ, ଅଭାବ ଅନାଟନରେ ଥିବା ସୁଳିଆ ଗ୍ରାମର ନିମ ବାରିକ, ଅଭାବ ଅନାଟନରେ ଥିବା ସୁଳିଆ ଗ୍ରାମର ମାମିନା ସାହୁ, ପକ୍ଷଘାତରେ ପୀଡିତ ସୁଳିଆ ଗ୍ରାମର ଗୋଲାପ ଦାସ, ଅଭାବରେ ଥିବା ସୁଳିଆ ଗ୍ରାମର ସୁରବାଳା ଖୁଣ୍ଟିଆ, କ୍ୟାନ୍ସର ରୋଗରେ ପୀଡିତ ସୁଳିଆ ଗ୍ରାମର ପାଗିଳି ମଲିକ, ଅଭାବରେ ଥିବା କଲଣ ପଞ୍ଚାୟତ ନୂଆହାଟ ଗ୍ରାମର ମୁନି ଦାସ, ଅଭାବରେ ଥିବା ନୂଆହାଟ ଗ୍ରାମର ଜୁଲି ଜେନା, ଝିଅ ବାହାଘର ପାଇଁ ନୂଆହାଟ ଗ୍ରାମର ଅନୁ ଜେନା, ଅଭାବରେ ଥିବା ନୂଆହାଟ ଗ୍ରାମର ହେମଲତା ବେହେରା, ଭିକ୍ଷା ବୃତ୍ତି କରି ଚାଲୁଥିବା ନୂଆହାଟ ଗ୍ରାମର ନବ ଦାସ, କ୍ୟାନ୍ସର ରୋଗରେ ପୀଡିତ ବଡ଼ଚଣା ବ୍ଲକ ବଡଘୁମୁରି ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଜଗବନ୍ଧୁ ଖଟୁଆ, ସାଇକେଲ କିଣିବା ପାଇଁ କଲଣ ପଞ୍ଚାୟତ ସୁଳିଆ ଗ୍ରାମର ପ୍ରମିଳା ସାହୁ, ଅଭାବରେ ଥିବା କଲଣ ପଞ୍ଚାୟତ ନୂଆହାଟ ଗ୍ରାମର ମମତା ଜେନାଙ୍କୁ ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସମେତ ବାହାର ଅଂଚଳର ଆର୍ଥିକ ଅନାଟନରେ ଥିବା ପରିବାରକୁ ଏଭଳି ଆର୍ଥିକ ସହାୟତା ପ୍ରଦାନ ଜାରରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.