ଧର୍ମଶାଳା ଷ୍ଟାଡିୟମ ପରିସରରେ କ୍ରୀଡା ଛାତ୍ରାବାସ ଉଦଘାଟିତ ।

0 0

ଯାଜପୁର,୦୩/୦୭(ପିପିଟି ): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ବହୁ ପ୍ରତିକ୍ଷୀତ କ୍ରୀଡାଛାତ୍ରାବାସର ଆଜି ଉଦଘାଟନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ଗୋଟି କ୍ରୀଡା ଛାତ୍ରାବାସ ରହିଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଏଠାରେ ରାଜ୍ୟର ୧୬ ତମ କ୍ରୀଡାଛାତ୍ରାବାସ ସ୍ଥାପନ ହୋଇପାରିଛି । ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଆୟୋଜିତ ଶୁଭ ଉଦଘାଟନ ଉତ୍ସବରେ ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରାବାସର ଶୁଭ ଉଦଘାଟନ କରିବା ସହ ପୁର୍ବତନ ବିଧାୟକ ଉପରେ ବର୍ଷିଥିଲେ । ପୁର୍ବତନ ବିଧାୟକ ଷ୍ଟାଡିୟମକୁ ଏହ ବ୍ୟବସାୟରେ ପରିଣତ କରି ଏଠାରେ ଥିବା ହଲରେ ବାହାଘର, ବ୍ରତଘରରେ ବ୍ୟବହାର କରି ସେମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଥିଲେ । କ୍ରୀଡାପ୍ରତି ଧ୍ୟାନ ନଦେଇ ପୁର୍ବତନ ବିଧାୟକ କେବଳ ନିଜ କର୍ମୀ ଓ ନିଜେ କିଭଳି ଲାଭବାନ ହେବେ ସେଥିପ୍ରତି ଦୃଷ୍ଟି ଦେଉଥିଲେ ବୋଲି ବିଧାୟକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ସମ୍ମାନୀୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର,ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ଅର୍ଜୁନପୁରସ୍କାର ପ୍ରାପ୍ତ ଦୌଡରାଣୀ ଦୁତି ଚାନ୍ଦ,ଜିଲ୍ଲା କ୍ରୀଡା ଅଧିକାରୀ ଫକିର ଚରଣ ଟୁଡୁ ଓ ରାମକୋ ସିମେଂଟ କାରଖାନାର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ କ୍ରୀଡାଛାତ୍ରବାସ ହେବା ଦ୍ୱାରା ଗ୍ରମାଂଚଳରେ ଖେଳକୁଦରେ ରୁଚି ରଖୁଥିବା କ୍ରୀଡାବିତମାନେ ମାନେ ଏଠାରେ ମାଗଣା ପ୍ରଶିକ୍ଷଣ ପାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାଥମିକ ସ୍ତରରେ ଏଠାରେ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ କରାଯାଇଛି । ପରବର୍ତୀ ସମୟରେ ଏହାର ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଦୂର ଦୁରାନ୍ତରୁ ଅସୁଥିବା କ୍ରୀଡାବିତମାନେ ଛାତ୍ରାବାସରେ ରହିବାର ସୁଯୋଗ ପଇବା ସହିତ ସେମାନଙ୍କ ପାଠପଡା ଓ ଖାଇବା ବ୍ୟବସ୍ଥା ସ୍ଥାନୀୟ ରାମକୋ ସିମେଂଟ ପକ୍ଷରୁ କରାଯାଇଛି । ଛାତ୍ରାବାସ ବାଦ ଏଠାରେ ଆଡମିସନ ନେଇଥିବା କ୍ରୀଡାବିତମାନେ ଭଲି, ଫୁଟବଲ,କ୍ରିକେଟ ଓ ଆଥଲେଟ ଆଦି ଖେଳର ପ୍ରଶିକ୍ଷଣ ନେବେ । ପ୍ରଥମ ପାର୍ଯ୍ୟାୟରେ ଏଠାରେ ଏବେ ଛାତ୍ରାବାସ କ୍ରୀଡାବିତଙ୍କ ସମେତ ୧୦୦ଜଣ କ୍ରିଡାବିତ ଆଡମିସନ କରି ବିଭିନ୍ନ ପ୍ରକାର ଖେଳର କୋଚ ନେଇପାରିବେ । କ୍ରିଡାବିତମାନଙ୍କ ମଧ୍ୟରେ ୬୫ ଜଣ ଛାତ୍ର ଓ ୩୫ ଜଣ ଛାତ୍ରୀ କ୍ରିଡାବିତ ଆଡମିସନ ନେବାର ବ୍ୟବସ୍ଥା ରହିଛି । ରାଜ୍ୟର ବଛାବଛା କୋଚମାନଙ୍କୁ ଏଠାରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି । ଶିକ୍ଷକ ଦେବରାଜ ମିଶ୍ର ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ସୁଦୀପ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜେଶ କୁମାର ପାଳ, ଅଭିଶେକ ରାଉତ, ତପନ କୁମାର ମାହୁନ୍ତ, ଜିତେ୍‌ନ୍ଦ୍ର ରାଉତ, ଆଲୋକ ରାଉତ ପ୍ରମୁଖ ପରିଚାଳନାରେ ସହାୟତା କରିଥିବା ବେଳେ ଏଥିରେ ବହୁ କର୍ମୀ ଓ ସାଧାରଣ ଲୋକମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.