ଗୁପ୍ତେଶ୍ୱର ମନ୍ଦିର ଠାରୁ ଷଣ୍ଢମୂଳ ଭଣ୍ଡାରି ସାହି ରାସ୍ତା ଶୋଚନୀୟ ।

0 0

ବେଗୁନିଆପଡା,୦୪/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ପଂଚାୟତର ରାହାଡା ଗୁପ୍ତେଶ୍ୱର ମନ୍ଦିର ଠାରୁ ଷଣ୍ଢମୂଳ ଭଣ୍ଡାରି ସାହି ପର୍ଯ୍ୟନ୍ତ ରାସ୍ତା ସାମାନ୍ୟ ବର୍ଷା ରେ ପାଣି କାଦୁରେ ଭରପୁର । ଫଳରେ ଜନସାଧାରଣ ତଥା ଭକ୍ତ ବୃନ୍ଦ ଉକ୍ତ ରାସ୍ତା ଦେଇ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହି ରାସ୍ତା ଦେଇ ଦୈନନ୍ଦିନ ରାହାଡା ମେଡିକାଲ, ହଂସତୂଳୀ, ତାଳସର , ତାଳଗାଁ, ଗୋପାଳପୁର ଆଦି ଗ୍ରାମକୁ ଶହ ଶହ ଲୋକ ମାନେ ଯିବା ଆସିବା କରନ୍ତି । ବର୍ତ୍ତମାନ ଏହି ରାସ୍ତା ଦେଇ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ଏହି ପ୍ରକାର ରାସ୍ତା ଅବସ୍ଥା ଦେଖି ଜନସାଧାରଣ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେଡି ସରକାର ପରେ କଥାକଥିତ ଲୋକଙ୍କ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ଦୁଃଖର କଥା ! ଅତିଶିଘ୍ର ଏହି ରାସ୍ତା ନିର୍ମାଣ କରିବା ପାଇଁ ଜନ ସାଧାରଣ ଅନୁରୋଧ କରିଛନ୍ତି ନତୁବା ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାଧାରଣ ରେ ଦାବୀ ହୋଇଛି ।

Leave A Reply

Your email address will not be published.