ଧର୍ମଶାଳା କଲେଜର ଛାତ୍ର ସଂସଦ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଉତ୍ସବ ପାଳନ ।

0 0

ଯାଜପୁର ,୧୦/୧୦(ପିପିଟି):ଧର୍ମଶାଳା ମହାବିଦ୍ୟାଲୟରେ ଗତକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିବା ପରେ କେବଳ ଏବିଭିପି ସମର୍ଥୀତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ କୌଣସୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଯାଂଚ ପ୍ରକ୍ରିୟା ସମାପ୍ତ ପରେ କଲେଜ ତରଫରୁ ଏବିଭିପିର ୧୭ ଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରା୍‌ଯାଇଥିଲା । ଧର୍ମଶାଳା କଲେଜର ସମସ୍ତ ବିଜୟୀ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ଆଜି ବିଜୟ ଉତ୍ସବ ପାଳନ କରିଥିଲେ । ବିଜୟ ଉତ୍ସବ ପାଳନ ଅବସରରେ ବିଜୟୀ ପ୍ରାର୍ଥୀମାନେ ଖୋଲା ଜିପରେ ବସି ଜାରକାସ୍ଥିତ ଧର୍ମଶାଳା କଲେଜରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଧର୍ମଶାଳାନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ । ଏହି ଶୋଭାଯାତ୍ରାରେ ବିଜୟୀ ପ୍ରାର୍ଥୀମାନେ ଏବିଭିପି ଓ ବିଧାୟକ ହିମାଂଶୁ ଶେଖର ସାହୁ ଜିନ୍ଦାବାଦ ବୋଲି ନାରାବାଜି କରିିଥିଲେ । କଲେଜରେ ଦିର୍ଘ ବର୍ଷ ଧରି ରାଜ କରିଆସୁଥିବା ବିଜେଡି ଦଳ ପକ୍ଷରୁ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବା ପୁର୍ବତନ ବିଧାୟକଙ୍କ ପାରିବା ପଣିଆ ପଦାରେ ପକାଇଦେଇଛି । ବର୍ତମାନର ବିଧାୟକ ହିମାଂସୁ ଶେଖର ସାହୁଙ୍କ ପ୍ରତି ପୁର୍ବତନ ବିଧାୟକଙ୍କ ଥିବା ଭୟ ଏଥିରୁ ସ୍ପଷ୍ଟ ଜଣାପଡିଛି । ଆଗାମୀ ପଂଚାୟତ ନିର୍ବାଚନରେ ମଧ୍ୟ ସମାନ ପରିସ୍ଥିତି ଉପୁଯିବା ନେଇ ଆଶଙ୍କା କରାଯାଇଛି । ବିଧାୟକ ଶ୍ରୀ ସହୁଙ୍କ ପ୍ରତି ବିଜେଡିର ଏଭଳି ଭୟକୁ ନେଇ ସାଧାରଣରେ ପୁର୍ବଦଳ ପ୍ରତି ଭରଶା ତୁଟିବାରେ ଲାଗିଛି । ଶ୍ରୀ ସାହୁ ବିଧାୟକ ହେବା ପରେ ବିଜେଡିର ଅନେକ ଆଗଧାଡିର ନେତାମାନେ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡି ଧର୍ମଶାଳାରେ ମୁଳପୋଛ ହୋଇଯାଇଥିବା ଭଳି ଏଥିରୁ ସ୍ପଷ୍ଟ ଜଣାପଡିଛି । ଧମଶାଳା ନିର୍ବାଚନ ମମଣ୍ଡଳୀରେ ପୁର୍ବତନ ବିଧାୟକଙ୍କ ପାତିଆର କାମୁଥିବା ବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପାତିଆରା଼ ବାଡ଼ିଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି. ଆଗାମୀ ଦିନରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡିର ଅବସ୍ଥା କିଭଳି ରହୁଛି ଏବଂ କିଏ ବିଧାୟକ ଟିକଟ ହାତୋଉଛନ୍ତି ତାହା ପରବର୍ତୀ ନିର୍ବାଚନ ସମୟରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.