ଡ଼ାଲା ଅଟୋ ସହ କାଠ ଜବତ; ଜଣେ ଗିରଫ ।

0 367

ଭଞ୍ଜନଗର,୧୯/୧୦(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ଼ ରେଞ୍ଜର ନିଧିଆ ପଲି ନିକଟରେ ସୋମବାର ଭୋର ପ୍ରାୟ ୪ଟା ସମୟରେ ଏକ ଡାଲା ଅଟୋରେ କାଠ ଯାଉଥିବା ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଚଢ଼ାଉ କରିଥିଲେ।ସେଥିରୁ ୩୫ଖଣ୍ଡ ଶାଳ କାଠ ଜବତ କରିବା ସହ ବଡକୋଦଣ୍ଡା ଗ୍ରାମର ଭିକାରୀ ଡାକୁଆକୁ ଗିରଫ କରିଥିଲେ।ଭିକାରୀ ମୁଜାଗଡ଼ରୁ ନିଜ ଗ୍ରାମ ବଡ଼ କୋଦଣ୍ଡା କାଠ ନେଇ ଯାଉଥିବା ଜଣାପଡିଛି।ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ସୁକାନ୍ତ କୁମାର ନାୟକ ଫରେଷ୍ଟର ଓ ଏ ଅବ୍ୟକ୍ତା ନନ୍ଦ ସ୍ୱାମୀ ଫରେଷ୍ଟ ଗାର୍ଡ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.