ଓଡ୍ରାଫ ଟିମ୍ ଓ ପ୍ରଶାସନର ଉଦ୍ଧାର କାର୍ଯ୍ୟ ।

0 0

ପାତ୍ରପୁର ୨୦/୧୧(ପିପିଟି): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଘଲଟି ଜଳଭଣ୍ଡାର ଆର ପାର୍ଶ୍ଵରେ ନିଜ ମକା ଫସଲ ପାଇଁ ବାତ୍ୟା ଖବର ଶୁଣି ନଆସି ରହିଥିବା ବଗଡ଼(ଚାଷଜମି)ରେ କୁଡ଼ିଆ କରି ଜଳଭଣ୍ଡାରକୁ ଲାଗିକି ବିପଦପୂର୍ଣ୍ଣ ଭାବେ ରହିଥିବା ଆଙ୍କୁଲି ପଂଚାୟତ ଏଲଗଲଗ୍ରାମର ବୃଦ୍ଧ ଦମ୍ପତିଙ୍କ ସହ ତାଙ୍କ ୧୧ ବର୍ଷର ନାତିକୁ ବାଘଲଟି ଜଳଭଣ୍ଡାର ରାସ୍ତା ଦେଇ ସଫଳତା ପୂର୍ବକ ଉଦ୍ଧାର କରି ତାଡକାସହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଲା ଓଡ୍ରାଫ ଟିମ ଓ ପାତ୍ରପୁର ବ୍ଲକ ପ୍ରଶାସନ । ଏହି ଟିମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ପ୍ରଧାନ,ଅଙ୍ଗନବାଡି କର୍ମୀ ମଞ୍ଜୁଳା କାର୍ଜୀ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରାଜ ଗୋପାଳ ପାଢ଼ୀ ,ଓଡ୍ରାଫ ଟିମର ଉପାସୁ ମାହାର,ଭୁପେନ ସାମଲ,ରବୀନ୍ଦ୍ର ବେହେରା,ଜ୍ଞାନନିଧି ଭୋଇ ପ୍ରମୂଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.