ଚୋରି ଘଟଣାରେ ଯୁବକ ଗିରଫ; ସୁନା ଓ ରୁପା ଅଳଙ୍କାର ଜବତ ।

0 364

ଭଞ୍ଜନଗର, ୦୭/୦୩(ପିପିଟି) : ଗତ ୫ତାରିଖରେ ତାର ସିଂ ଥାନାରେ ବ୍ରାହ୍ମଣ ପଦର ଗ୍ରାମର ସଞ୍ଜୁ ସେଠୀ(୫୦) ନିଜ ଘରେ କିଛି ସୁନା ଓ ରୂପା ଅଳଙ୍କାର ଗୋଟିଏ କାଠ ବାକ୍ସରେ ରଖିଥିଲେ ଏବଂ କେହି ଦୁର୍ବୁତ୍ତ ତାହା ଚୋରି କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତି କରି ପୋଲିସ ତଦନ୍ତ କରିବାରେ ସେହି ଗ୍ରାମର ଶାନ୍ତନୁ ସେଠୀ ଙ୍କ ପୁଅ ବଳରାମ ସେଠୀ ଓରଫ କାହ୍ନା (୧୯) ସମ୍ପୃକ୍ତ ଥିବା ଜଣା ପଡିଥିଲା।ପୋଲିସ ତାକୁ ଗିରଫ କରିବା ସହ ତା ନିକଟରୁ ୨ଟି ସୁନା ହାର,ଗୋଟିଏ ସୁନା ଝୁମ୍ପି,ଗୋଟେ ହଳ କାନ ରିଙ୍ଗ, ଗୋଟିଏ ସୁନା ମୁଦି,୩ଟି ନାକ ରିଙ୍ଗ, ୨ହଳ ରୁପା ଗୋଡ଼ ମୁଦି,୨ହଳ ରୁପା ମୁଦି,୨ଟି ରୁପା ଚେନ ସହ ଚୋରି ଘଟଣାରେ ବ୍ୟବହୃତ ଗୋଟିଏ ପ୍ଲାସ ଓ ସ୍କୃ ଡ୍ରାଇଭରକୁ ଜବତ କରାଯାଇଛି।ଏହି ଘଟଣାରେ ତାର ସିଂ ଥାନା କେସ ନଂ ୧୧୦/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାହ୍ନାକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.