ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ ।

0 0

କୋଦଳା ,୧୬/୧୦(ପିପିଟି ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଗୁଡ଼ିଆଳିର କେନ୍ଦୁ ପାଟଣା ସାହିର ୪୪ ବର୍ଷୀୟ ଯୁବକ ସୁଶାନ୍ତ ବାଡ଼ତ୍ୟାଙ୍କ ଦୁଇଟିଯାକ କିଡନୀ ନଷ୍ଟ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ତାଙ୍କର ଜମିବାଡ଼ି ବୋଲି କିଛି ନାହିଁ । ରାଜମିସ୍ତ୍ରୀ ଭାବେ ସେ କାର୍ଯ୍ୟ କରୁଥିଲେ । ଘରେ ତାଙ୍କର କୁନି କୁନି ଦୁଇ ଝିଅ ସହିତ ପତ୍ନୀ । ରୋଗଗ୍ରସ୍ତ ହେବା ପରେ ପରିବାର ଚଳିବା ପାଇଁ ଏବଂ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଖବର ପାଇ “ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସହିତ ରାସନ୍, ପନିପରିବା ଆଦି ଗୋଟିଏ ମାସ ପାଈଁ ପ୍ରଦାନ କରିଛନ୍ତି । ଏଥିରେ “ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନର ପ୍ରତିଷ୍ଠାତା ଆଦେଶ ନାହକ, ସଭାନେତ୍ରୀ ସମୀରା ନାୟକ, ସଂପାଦକ ଟୁଟୁ ସାହୁ, ସଦସ୍ୟ ଗୁଡ଼ିଲି କହର, ସୁଶିଲ ନାୟକ, ସମିର ନାୟକ, ରୂପାଲି ସାହୁ, ରଶ୍ମିରଞ୍ଜନ ପଣ୍ଡା, ସାଗରିକା ଗୌଡ, ଆରତୀ ରାଉତ, ପ୍ରତିମା ପଲେଇ, ବିଭୂ ଶାସମଲ,, ସ୍ମିତା ମାହି, କୋକୋ ବାଡ଼ତ୍ୟା, ବଳିଆ ବେହେରା, ସତ୍ୟଜିତ ପରିଡ଼ା, ଶୁଶାନ୍ତ ମହାରଣା, ଅନିତା ସ୍ବାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏନେଇ ବିଭିନ୍ନ ମହଲରୁ ଅନୁଷ୍ଠାନର ଏହି ମହତ କାର୍ଯ୍ୟ ପାଇଁ ଭୁରି ଭୁରି ପ୍ରଶଂସା କରିବା ସହ ସାଧୁବାଦ ପ୍ରଦାନ କରୁଛନ୍ତି। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.