ଗଞ୍ଜାମରେ ଜିଲ୍ଲାସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ।

0 221

ଛତ୍ରପୁର,୧୫/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ପାଳିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ କହିଥିଲେ ଯେ, କୁପୋଷଣ ଦୂରୀକରଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଏକ ସାମୂହିକ ଦାୟିତ୍ୱ। ମହିଳା ଓ ଶିଶୁଙ୍କୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସନ୍ତୁଳିତ ଆହାର,ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ପୋଷଣ ସମ୍ପର୍କିତ ସଚେତନତାକୁ ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ଆବଶ୍ୟକ ।

ଉତ୍ସବରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ପକ୍ଷରୁ ପୋଷଣ ସମ୍ପର୍କିତ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ଆୟୋଜନ କରାଯାଇଥିଲା । ପୋଷଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବ୍ଲକ୍ ପୋଷଣ ସଂଯୋଜକ,ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଛତ୍ରପୁର ଡିଏସ୍‌ପି ଜ୍ୟୋତ୍ସ୍ନା କହଁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଅଲେଖ ପ୍ରଧାନ, ସାମାଜିକ କଲ୍ୟାଣ ଅଧିକାରୀ ସଙ୍ଗୀତା ପାତ୍ର, ପିଓ ଡି. ନାଗୋରତ୍ନମ୍, ଡିସିପିଓ ରାଜଶ୍ରୀ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏସ୍. ରାଜେଶ୍ୱରୀ, ଜିଲ୍ଲା ପୋଷଣ ସଂଯୋଜକ ଅମିତ କୁମାର ତ୍ରିପାଠୀ, ଜିଲ୍ଲା ୟୁନିସେଫ୍ ସଂଯୋଜକ ଦେବବ୍ରତ ମହାନ୍ତ ଓ ମମତା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଜିଲ୍ଲାର ସମସ୍ତ ସିଡିପିଓ, ବ୍ଲକ୍ ପୋଷଣ ସଂଯୋଜକ, ମହିଳା ପରିଦର୍ଶିକା, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଯୋଗଦେଇଥିଲେ । “ସୁପୋଷିତ ଓଡ଼ିଶା, ସୁପୋଷିତ ଭାରତ” ସଂକଳ୍ପ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।

Leave A Reply

Your email address will not be published.