କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।

0 2

କୋଦଳା,୦୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ମୀନକେତନ ମହାରଣାଙ୍କ ସଭାପତିତ୍ୱରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସିର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ କାରୁକାର୍ଯ୍ୟ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଆରସିସି ବିଷ୍ଣୁ ପ୍ରସାଦ ସିଂ ସମେତ ସମ୍ମାନିତ ଅତିଥି ଭାବେ ବେଗୁନିଆ ପଡା ବ୍ଲକ ଅବସର ପ୍ରାପ୍ତ ଏବିଇଓ ସୋମନାଥ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଅନନ୍ତ ମହାରଣା, ଉପାଧ୍ୟକ୍ଷା ରୀନା ଡାକୁଆ, ବୃନ୍ଦାବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା,ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସ୍ୱୟଂ ସଂସ୍କୃତି ମହାପାତ୍ର, ଓଡିଆ ଅଧ୍ୟାପିକା ପ୍ରିୟଙ୍କା ସାହୁ, ପୂର୍ବତନ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜ, ବିଜୟ କୁମାର ସେଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ବହୁମୂଲ୍ୟ ମତବ୍ୟକ୍ତ କରିଥିଲେ। ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ଜାଲି ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୩ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ,ବକ୍ତୃତା, ଚିତ୍ରାଙ୍କନ,ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟ ରେ ପିଏମଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ, ବେଲଝରି ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ଏବଂ ଜୟସିଂପୁର ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ବରିଷ୍ଠ ଶିକ୍ଷକ ସରୋଜ କୁମାର ମାଝୀ ଙ୍କ ସମେତ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.