କେବଳ ବୀରମହାରାଜପୁର ନୁହେଁ ମୁଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସମର୍ପିତ-ନବ ନିର୍ବାଚିତ ବିଜେପି ବିଧାୟକ ରଘୁନାଥ ଜଗଦଲା ।

0 83

ସୁବର୍ଣ୍ଣପୁର ,୦୮/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେକ କାମ କରିବାକୁ ଅଛି। ବିଶେଷ କରି ଜନସାଧାରଣ ଙ୍କ ଅନେକ ମୌଳିକ ସମସ୍ୟା ତଥା ଶିକ୍ଷା, କୃଷି, ପାନୀୟ ଜଳ, ଗମନା ଗମନ, ଓ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟ ସେବା ଆଦି ବିଭିନ୍ନ କ୍ଷେତ୍ର ତଥା ସମସ୍ତ ଅଧୁରା ରହିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ମୋର ପ୍ରାଥମିକତା ରହିବ ବୋଲି ଆଜି ଏକ ସ୍ଵତନ୍ତ୍ର ସାକ୍ଷାତକାର ରେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏକ ପ୍ରତିନିଧି ଦଳ ଙ୍କୁ ପ୍ରକାଶ କରିଛନ୍ତି ବୀରମହାରାଜପୁର ର ନବ ନିର୍ବାଚିତ ଯୁବ ବିଧାୟକ ରଘୁନାଥ ଜଗଦଲା l କେବଳ ବୀରମହାରାଜ ପୁର ନିର୍ବାଚନ ମଣ୍ଡଳୀ ନୁହେଁ ଜିଲ୍ଲା ର ସାମଗ୍ରିକ ବିକାଶ ରେ ମୁଁ ସମର୍ପିତ ବୋଲି ଏଠାରେ ଉପସ୍ଥିତ ଜିଲ୍ଲା କୃଷକ ସଂଗଠନ, ସଚେତନ ନାଗରିକ, ଓ ବୁଦ୍ଧିଜୀବୀ ଙ୍କୁ ଶ୍ରୀ ଜଗଦଲା ପ୍ରକାଶ କରିଛନ୍ତି ଓ ବିଶେଷ କରି ଜିଲ୍ଲା ରେ ମଣ୍ଡି ରେ ଚାଷୀ ଙ୍କ ସମସ୍ୟା ଓ ବେକାରୀ ସମସ୍ୟା ର ସମାଧାନ ଦିଗରେ ଆମ ନୂଆଁ ସରକାର ଙ୍କ ସହିତ ଗୁରୁତର ସହ ବିଚାର ବିମର୍ଶ କରିବି ବୋଲି କହିଛନ୍ତି ଏବଂ ଜିଲ୍ଲା ରେ ଅଫିସର ରାଜ କୁ ଚେକ୍ ଦେଇ ଜନ ସଧାରଣ ଙ୍କ ସେବକ ଭାବରେ ଉତ୍ତମ ସେବା କରିବା କୁ ପରାମର୍ଶ କରିବି ବୋଲି କହି ଏହି ମାଧ୍ୟମ ରେ ଜନ ବିରୋଧୀ ନୀତି ର ପରିବର୍ତ୍ତନ କରାଇ ଲୋକେ ମୋ ପାଖକୁ ଆସିବା କୁ ପଡ଼ିବନି ମୁଁ ଲୋକ ଙ୍କ ପାଖ କୁ ପହଞ୍ଚିବି ,ସୁଖ ଦୁଃଖ ରେ ସାମିଲ୍ ହେବି ବୋଲି ସେ କହିଛନ୍ତି l ଜିଲ୍ଲା ହେ଼ଡ କ୍ଵlର୍ଟର ରେ ଏକ ବୁଦ୍ଧିଜୀବୀ ଓ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ସବ୍ କମିଟି ମାଧ୍ୟମ ରେ ଏ କ୍ରାନ୍ତି କାରୀ ମାଟି ତଥା ଜିଲ୍ଲା ର ବିକାଶ କୁ ତ୍ବରାନ୍ବିତ କରାଇବା ଦିଗରେ ଖୁବ୍ ପ୍ରାଧାନ୍ୟ ଦେବି ବୋଲି ପ୍ରକାଶ କରି ଜନ ସାଧାରଣ ଙ୍କ ସହଯୋଗ ପାଇଁ ଜିଲ୍ଲା ବାସୀ ଙ୍କୁ ଶ୍ରୀ ଜଗଦଲା ଭକ୍ତି ପୂତ ପ୍ରଣାମ କରିଛନ୍ତି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.