କାଳୀପୂଜାରେ ଚର୍ଚ୍ଚାରେ ବବି ଦାସ ।

0 129

ଯାଜପୁର,୧୩/୧୧(ପିପିଟି ): ଚଳିତବର୍ଷ କାଳୀପୂଜା ଉତ୍ସବରେ ଭକ୍ତି ଓ ଉତ୍ସାହର ମାହୋଲ ମଧ୍ୟରେ ଏବେ ଅନ୍ୟତମ ଆକର୍ଷଣ ପାଲଟିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଭାଇ)। ପ୍ରତିଦିନ ସନ୍ଧ୍ୟା ହେଲେ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ ନାରାୟଣ ଛକସ୍ଥିତ ଜନତା କାଳୀମଣ୍ଡପରେ ତାଙ୍କୁ ଦେଖିବା ଓ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ମଣ୍ଡପରେ ଭିଡ଼ ଭିତରେ ଅନେକ ଲୋକ ନିଜ ପ୍ରିୟ ବବି ଭାଇଙ୍କୁ ଖୋଜୁଥିବା ବେଳେ ସୁଯୋଗ ମିଳିବା ମାତ୍ରେ ମୋବାଇଲ୍‌ରେ ତାଙ୍କ ସହ ଫଟୋ ଉଠାଇବାକୁ ଭୁଲୁନାହାନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ତାଙ୍କ ସହ ସେଲ୍‌ଫି ନେବାର ଆଗ୍ରହ ଦେଖିବାକୁ ମିଳୁଛି।

ରାଜନୈତିକ ପଦପଦବୀ ଅପେକ୍ଷା ଲୋକଙ୍କ ସହ ସମ୍ପର୍କ ଓ ଜନସେବା ହିଁ ଜଣେ ନେତାଙ୍କ ପ୍ରକୃତ ପରିଚୟ ବୋଲି ଏହି ଦୃଶ୍ୟରୁ ଅନୁମାନ କରାଯାଉଛି। ଲୋକଙ୍କ ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ଲୋକେ ଦୀର୍ଘଦିନ ଧରି ମନେ ରଖନ୍ତି, ତାହାର ଏକ ଉଦାହରଣ ଭାବେ ବବି ଭାଇଙ୍କ ପ୍ରତି ଏହି ଆକର୍ଷଣକୁ ଦେଖାଯାଉଛି। କାଳୀପୂଜା ମଣ୍ଡପରେ ସେ ଏବେ କେବଳ ଜଣେ ଅତିଥି ନୁହନ୍ତି, ବରଂ ଲୋକଙ୍କ ସହ ଫଟୋ ଉଠାଇବାର ଏକ ପ୍ରିୟ ଚେହେରା ତଥା ଚର୍ଚ୍ଚିତ ‘ସେଲ୍‌ଫି ପଏଣ୍ଟ’ ପାଲଟିଛନ୍ତି। ଲୋକଙ୍କ ମୋବାଇଲ୍‌ରେ କଏଦ ହେଉଥିବା ଏହି ଫଟୋ ସହ ସେମାନଙ୍କ ହୃଦୟରେ ମଧ୍ୟ ବବି ଭାଇଙ୍କ ପ୍ରତି ଥିବା ଭଲପାଇବାର ଛବି ସ୍ଥାନ ପାଉଛି।

Leave A Reply

Your email address will not be published.