ହନୁମାନ ମନ୍ଦିରରୁ ବଡ଼ ଧରଣର ଚୋରି ।

0 43

ଭଞ୍ଜନଗର, ୧୩/୧୧(ପିପିଟି): ସୁବିଧା ଦୃଷ୍ଟିରୁ ଜନବସତି ଠାରୁ ଦୂର ନିଛାଟିଆ ସ୍ଥାନରେ ରହିଥିବା ବିଭିନ୍ନ ଦେବା ଦେବୀଙ୍କ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଲୁଟେରା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଠାକୁରଙ୍କ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ମନ୍ଦିରର ପୂଜକ ଓ ସ୍ଥାନୀୟ ଲୋକେ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ଦେହରୁ ରୁପା ଅଳଙ୍କାର ସମେତ ବହୁ ପିତ୍ତଳ ସାମଗ୍ରୀ ଗାୟବ ଥିବା ଦେଖିଥିଲେ। ଏହାପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ନିରୋଳାରେ ଥିବା ଏହି ମନ୍ଦିରରେ ମନ୍ଦିରରେ ସିସି କ୍ୟାମେରା ମଧ୍ୟ ନଥିବା ସୁଯୋଗରେ ଏଭଳି ଚୋରି ହୋଇଥିବା ଜଣାପଡିଛି।ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଚୋରିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ କିଭଳି ଯଥାଶୀଘ୍ର ଧରାଯିବ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.