କାଳବୈଶାଖୀରେ ପୋଲସରା କଲେଜରେ ବ୍ୟାପକ କ୍ଷୟକ୍ଷତି।

0 199

ପୋଲସରା,୩୦/୦୫ (ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୭ ତାରିଖ ରାତ୍ର ୧୨ ଘଣ୍ଟ ସମୟରେ ହୋଇଥିବା କାଳବୈଶାଖୀରେ କଲେଜର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସମସ୍ତ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ କ୍ଷତି ହୋଇ ବିଦ୍ୟୁତ୍ ସଂଯୋଗ ଛିନ୍ନ ହୋଇଯାଇଛି । ଏଥିସହ କମ୍ପ୍ୟୁଟର ବିଭାଗ ମଧ୍ୟ ଅଚଳ ହୋଇଯାଇଛି। ବଜ୍ରପାତ ଦ୍ଵାରା ମହାବିଦ୍ୟାଳୟର କୋଠା କ୍ଷୟ କ୍ଷତି ହୋଇଛି। ଆଗକୁ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବିଦ୍ୟୁତ ସରବରାହ କ୍ଷତିଗ୍ରସ୍ତ ହୋଇଥିବା ସହ କମ୍ପ୍ୟୁଟର ବିଭାଗ ଅଚଳ ଯୋଗୁଁ ଚିନ୍ତାର କାରଣ ହୋଇଛି। ଉଚ୍ଚ କର୍ତ୍ତୃପକ୍ଷ କଲେଜର କ୍ଷୟକ୍ଷତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.