ଓଡିଶା ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ପାଇଁ ୬୦ ଫୁଟର କାଳୀ ମେଢ ପାଇଁ ଶୁଭଖୁଣ୍ଟି ।

0 2

ପୋଲସରା,୦୬/୧୧ (ପିପିଟି) : ପୋଲସରାରେ ଚାଲିଥିବା ଗୌରୀ ଆମ୍ମାଯାତ୍ରା ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ସାହିର କାଳୀ ମେଢ ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ସାହିର ମାଙ୍କ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଦଣ୍ଡାୟମାନ ମେଢର ଖ୍ୟାତି ରହିଛି। ଏହି ମେଢ଼ ପାଞ୍ଚ ବର୍ଷକୁ ଥରେ ଏକ ମାସ ବ୍ୟାପୀ ଅନୁଷ୍ଠିତ ହେଉଥିବା ଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ। ଚଳିତ ନଭେମ୍ବର ମାସ ଆସନ୍ତା ୨୮ ତାରିଖରେ ଏହି ସାର୍ବଜନିନ ଯାତ୍ରା  ଶେଷ ହେଉଥିବାରୁ ତା ପୂର୍ବରୁ ମେଢ ନିର୍ମାଣ କରାଯିବ ବୋଲି ଏହି ବ୍ରାହ୍ମଣ ସାହି କମିଟି ପକ୍ଷରୁ କୁହାଯାଇଛି। ବିଧିବିଧାନ ପୂର୍ବକ ଶୁଭଖୁଣ୍ଟି ସ୍ଥାପନ ସମଯରେ ପୁରୋହିତ ହରି ଶଙ୍କର ଦାଶଙ୍କ ସମେତ ପ୍ରଶାନ୍ତ କୁମାର ମହାରଣା,ଭଗବାନ ପଣ୍ଡା, ସଚ୍ଚିଦାନନ୍ଦ ସାହୁ,   ସଂଗ୍ରାମ ସାହୁ, ପ୍ରସନ୍ନ ପଣ୍ଡା, ଗୌରବ ଦାସ,ସୂର୍ଯ୍ୟ ନାରାୟଣ ପୃଷ୍ଟି, ଅଶୋକ ପୃଷ୍ଟି, ସନ୍ୟାସୀ ମହାରଣା  ଓ ପ୍ରଗତିବନ୍ଧୁ ଦାଶ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.