ଓଡ଼ିଶାରେ ବଡ଼ ଧରଣର IAS ଅଦଳବଦଳ, ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ୱ ।

0 5

ଭୁବନେଶ୍ୱର,୦୫/୧୧(ପିପିଟି): ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର ଅନେକ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି କ୍ରମରେ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଗିରିଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ, ଅଶ୍ୱତୀ ଏସ୍.ଙ୍କୁ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସହିତ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ମିଳିଛି। ସେହିପରି ଓଏଫ୍ଡିସି (OFDC) ଅଧ୍ୟକ୍ଷ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି (OSD) ଭାବେ ବଦଳି କରାଯାଇଛି। ରାଜ୍ୟ ପ୍ରଶାସନର ଏହି ଅଦଳବଦଳ ମାଧ୍ୟମରେ ବିଭିନ୍ନ ପ୍ରମୁଖ ବିଭାଗରେ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି।

Leave A Reply

Your email address will not be published.