ଏମଏମଡିଆର ସଂଶୋଧନ ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ଗୁରୁତର ଚ୍ୟାଲେଞ୍ଜ ।

0 4

ଭୁବନେଶ୍ୱର,୧୦/୦୯(ପିପିଟି ):ସେପ୍ଟେମ୍ବର କଂଗ୍ରେସ ଭବନଠାରେ ଗଣମାଧ୍ୟମ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏମଏମଡିଆର ସଂଶୋଧନକୁ ନେଇ ଏହାର ସାମ୍ବିଧାନିକ ଓ ଆଇନଗତ ଦିଗ ଉପରେ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶିବାନନ୍ଦ ରାୟ ଏବଂ ଓପିସିସି ମୁଖପାତ୍ର ଡ଼ ମନୀଷା ଦାସ ପଟ୍ଟନାୟକ ଏମଏମଡିଆର ଆକ୍ଟର ଆଇନଗତ ବିଷୟ ତର୍ଜମା କରିଥିଲେ ।
ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ଏକ ନୂତନ ବିପ୍ଳବର ଆୟାମରମ୍ଭ ହୋଇଛି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଜଣେ କ୍ରାନ୍ତିକାରୀ ବିପ୍ଲବୀ ନେତା ଯାହାଙ୍କ ପୃଷ୍ଠଭୂମି ଖଣି ଖାଦାନ, ପ୍ରଦୂଷଣ ଏବଂ ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ଅବିଶ୍ରାନ୍ତ ସଂଗ୍ରାମ ଲେଖାଯାଇଛି । ତାଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟସ୍ୱାର୍ଥ ପରିପନ୍ଥୀ ଏମଏମଡିଆର କଳା ଆଇନକୁ ଓପାଡି ଫିଙ୍ଗିବାର ଶପଥ ନେଇଛି । କଂଗ୍ରେସ ବ୍ଲକ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ବ୍ୟାପକ ଭାବରେ ଦୀର୍ଘ ଗୋଟିଏ ମାସଧରି ରାଜରାସ୍ତାରେ ପ୍ରତିବାଦ କରୁଛି ଏବଂ ଆଗକୁ ବିରାଟ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯିବାର ଘୋଷଣା ମଧ୍ୟ କରାଯାଇଛି ବୋଲି ପ୍ରକାଶ କରିଥିଲେ ।

ଓପିସିସିର ମୁଖପାତ୍ର ଡ଼ ପଟ୍ଟନାୟକ କହିଲେ, ଏମଏମଡିଆର ସଂଶୋଧନ ଆକ୍ଟ ୨୦୨୬ କେବଳ ଖଣିଜ ନୀତିର ପ୍ରଶ୍ନ ନୁହେଁ; ଏହା ଓଡ଼ିଶାର ସାମ୍ବିଧାନିକ କର ଅଧିକାର, ଆର୍ଥିକ ସ୍ୱାୟତ୍ତତା ଓ ସଂଘୀୟ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତର ପ୍ରଶ୍ନ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, ୨୦୨୪ ଜୁଲାଇ ୨୫ରେ ୯ ଜଣିଆ ସାମ୍ବିଧାନିକ ବେଞ୍ଚର ୮:୧ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ରୟାଲଟି ଏକ ଟ୍ୟାକ୍ସ ନୁହେଁ ଏବଂ ଖଣିଜ ସମ୍ପଦ ଭୁମୀ ମଧ୍ୟ ରାଜ୍ୟ ତାଲିକାର ଏଣ୍ଟ୍ରି ୪୯ ଅନ୍ତର୍ଗତ “ଜମି” ଅଟେ। ତେଣୁ ଏପରି ଜମି ଉପରେ ରାଜ୍ୟର ଟ୍ୟାକ୍ସ ପ୍ରବର୍ତ୍ତନ କ୍ଷମତା ରହିଛି। ଏଣ୍ଟ୍ରି 50 ଅନୁସାରେ ମିନେରାଲ ଅଧିକାର ଉପରେ ରାଜ୍ୟର କର ଅଧିକାର ରହିଛି, ଯଦିଓ ଏହା ଉପରେ ସଂସଦ ଆଇନ ମାଧ୍ୟମରେ ଲିମିଟେସନ ଲଗାଇପାରେ।

ଡ. ପଟ୍ଟନାୟକ କହିଛନ୍ତି, ଏମଏମଡିଆର ସଂଶୋଧନରେ ଖଣିଜ ସମ୍ପଦ ଜମି ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ାଇବା ଏବଂ ରାଜ୍ୟର ଟାକ୍ସ, ସେସ ଓ ଲେଭି ଉପରେ କେନ୍ଦ୍ରୀୟ କଣ୍ଡିସନ /ରେଷ୍ଟ୍ରିକ୍ସନ ଲଗାଇବା ଲେଜିସଲେଟିଭ କମ୍ପିଟେନ୍ସ ଓ ଫିସକାଲ ଫେଡେରାଲଇଜମ ଉପରେ ଗୁରୁତର ପ୍ରଶ୍ନ ଉଠାଉଛି। ବିଶେଷକରି, ସଂଶୋଧନ ପୂର୍ବର ଅନପେଡ/ଅନପେଡ ଡ଼ିଉଜକୁ ଅବୈଧ କରିଦେବା ଏବଂ ଯେଉଁମାନେ ପୂର୍ବରୁ ଦେଇଛନ୍ତି ସେମାନଙ୍କୁ ରିଫଣ୍ଡ ନଦେବା ରିଟ୍ରୋସପେକ୍ଟିଭ ଅପରେସନ ଓ ଆର୍ଟିକେଲ ୧୪ ସମ୍ପର୍କରେ ମଧ୍ୟ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି।
ସେ ପ୍ରଶ୍ନ କରିଛନ୍ତି—୨୦୨୪ର ସୁପ୍ରିମକୋର୍ଟ ରାୟ ପରେ ଓଡ଼ିଶା ସରକାର କେତେ ଦ୍ରୁତତାର ସହିତ ନିଜର ଡ଼ିଉଜ ଆଇଡେନଟିଟି, ଆସେସ ଓ ରିକୋଭର କରିବା ପାଇଁ ପଦକ୍ଷେପ ନେଇଥିଲେ? ଖଣି ପ୍ରତି ଓ ଖଣି ପ୍ରତି ବକେୟା କେତେ,କେତେ ଡିମାଣ୍ଡ ନୋଟିସ ଜାରି ହୋଇଛି, ୨୦୨୬ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ପେମେଣ୍ଟ ସିଦ୍ୟୁଲ ପାଇଁ ସରକାର କ’ଣ ପ୍ରସ୍ତୁତି କରିଥିଲା, ଏହି ସମସ୍ତ ତଥ୍ୟର ଶ୍ୱେତପତ୍ର କେବେ ପ୍ରକାଶ କରାଯିବ।

ବିଭିନ୍ନ ଆକଳନ ଅନୁସାରେ ଓଡ଼ିଶାର ₹୧ ଲକ୍ଷ କୋଟିରୁ ଅଧିକ ଦାବିତ ବକେୟା ଏବଂ ପ୍ରତିବର୍ଷ ପ୍ରାୟ ₹୧୨,୦୦୦ କୋଟିର ସମ୍ଭାବ୍ୟ ରାଜସ୍ୱ ଏହି ପ୍ରସଙ୍ଗ ସହ ଜଡିତ। ତେଣୁ ରାଜ୍ୟ ସରକାର କେନ୍ଦ୍ର ସହ ନିଜର ଅଧିକାର ସୁରକ୍ଷା ପାଇଁ ଆଲୋଚନା ସହିତ ଉପଯୁକ୍ତ ସାମ୍ବିଧାନିକ ଓ ନ୍ୟାୟିକ ପଦକ୍ଷେପ ତୁରନ୍ତ ନେବା ଆବଶ୍ୟକ।

“ମାଇନିଙ୍ଗ ରାଗୁଲେସନ ଦରକାର, ପୁଞ୍ଜିନିବେଶ ମଧ୍ୟ ଦରକାର; କିନ୍ତୁ ପୁଞ୍ଜିନିବେଶ ଓ ୟୁନିଫରମିଟିର ନାମରେ ଓଡ଼ିଶାର ସାମ୍ବିଧାନିକ ଫିସକାଲ ଅଧିକାରକୁ ଦୁର୍ବଳ କରାଯାଇପାରିବ ନାହିଁ। ଓଡ଼ିଶାର ଖଣିଜ ସମ୍ପଦର ନ୍ୟାୟସଙ୍ଗତ ରାଜସ୍ୱ ଅଧିକାର ଓଡ଼ିଶାର ଲୋକଙ୍କ ସ୍ୱାର୍ଥରେ ସୁରକ୍ଷିତ ରହିବା ଦରକାର,” ବୋଲି ଡ. ପଟ୍ଟନାୟକ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶ୍ରୀ ରାୟ କହିଲେ ଯେ କେନ୍ଦ୍ର ବିଜେପି ସରକାର ସମ୍ବିଧାନର ସମସ୍ତ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ଏହି ଆଇନକୁ ଗୃହିତ କରାଇନେଲା ରାଷ୍ଟ୍ରପତି ଆଇନରେ ହସ୍ତାକ୍ଷର କରିବା ପୂର୍ବରୁ ଆଇନ ଗତ ଦିଗ ପ୍ରତି ବିଚାର କରିବା ଥିଲା କିନ୍ତୁ ଦୁଃଖର କଥା ମାନନୀୟା ରାଷ୍ଟ୍ରପତି କଲେନାହିଁ । ଏହି ଆଇନ ଗୃହିତ ହେବା ଦ୍ଵାରା
ଭାରତୀୟ ସଂଘୀୟ ବ୍ହବସ୍ଥା ପ୍ରତି ଏକ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି ।

Leave A Reply

Your email address will not be published.