ଇନ୍ସପେକ୍ଟର ଵିୟୁଟୀ ମହାନ୍ତି ମୃତ୍ୟୁ, ବ୍ୟବଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ।

0 178

କଟକ,୦୭/୦୭: ଇନ୍ସପେକ୍ଟର ବିୟୁଟୀ ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ। ଏଥିରୁ ବିୟୁଟୀ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ତଥାପି ପୋଲିସ ତଦନ୍ତକୁ ଜାରି ରଖିଛି। କେଉଁ କାରଣ ପାଇଁ ବିୟୁଟୀ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ତଦନ୍ତ କରୁଥିବା ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗତ ଶନିବାର ସକାଳେ ଚାଉଳିଆଗଞ୍ଜ ଥାନା କୋଠାର ଉପର ମହଲାରେ ଥିବା ରେଷ୍ଟରୁମରୁ ଆଇଆଇସି ବିୟୁଟୀ ମହାନ୍ତିଙ୍କ ମୃତଦେହ ମିଳିଥିଲା। ଏକ ଓଢଣୀକୁ ବେକରେ ବାନ୍ଧି ସେ ଫ୍ୟାନରେ ଝୁଲି ପଡ଼ିଥିଲେ। ଏହି ଘଟଣା ପରେ ବିୟୁଟୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ବିୟୁଟୀଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ। ମାତ୍ର ବ୍ୟବଚ୍ଛେଦ ରିପୋର୍ଟରେ ଅଭିଯୋଗ ସହ ମେଳ ଖାଇଲା ଭଳି କୌଣସି ପ୍ରମାଣ ମିଳିନାହିଁ। ଅନ୍ୟପଟେ, ବିୟୁଟୀଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଜଣେ ଏଏସଆଇ ସନ୍ଦେହ ଘେରକୁ ଆସିଛନ୍ତି। ଆର୍ଥିକ କାରବାର ଏବଂ ବ୍ଲାକମେଲିଂ ସନ୍ଦେହରେ ତାଙ୍କୁ ଜେରା କରାଯାଇଛି। ଏହି ମାମଲାରେ ଆଉ ତିନି ଜଣଙ୍କ ନାଁ ମଧ୍ୟ ସନ୍ଦେହ ଘେରକୁ ଆସିଛି। ଉକ୍ତ ସନ୍ଦିଗ୍ଧଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଖୁବଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.