ବୋଲଗଡ,୦୨/୦୮(ପିପିଟି); ରଣପୁର ବ୍ଲକରେ ଜଣେ କାର୍ଯ୍ୟରତ ୱେବ୍ ମିଡିଆ ସାମ୍ବାଦିକଙ୍କ ନାମରେ ରଣପୁର ପୋଲିସ ଆକ୍ରୋଶ ମୂଳକ ମନୋଭାବ ରଖି ମିଥ୍ୟା ମାମଲା ରୁଜୁ କରିଛି । ସୂଚନା ଅନୁସାରେ ୱେବ୍ ମିଡ଼ିଆରେ କାର୍ଯ୍ୟ କରୁଥିବା ରଣପୁର ପ୍ରସନ୍ନ କୁମାର ସାହୁ ୩୦/୦୭/୨୦୨୦ ତାରିଖରେ ରଣପୁର ଏନ୍ଏସିର ୧ ୱାର୍ଡ ସାନଗଡ଼ ଠାରେ ଯେଉଁ ଚିଲଡ୍ରେନ ପାର୍କ ବିବାଦରେ ଜମି ମାଫିଆଙ୍କ ହାତବାରିସୀ ହୋଇ ରଣପୁର ପୋଲିସ ନିରୀହ ଗ୍ରାମବାସୀଙ୍କୁ ପିଟିବା ସହ ମିଥ୍ୟା ମାମଲା ରୁଜୁ କରିଥିଲା ତାହାର ଖବର ପ୍ରସାରଣ କରିଥିଲେ । ଯାହାଫଳରେ ରଣପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ଉତକ୍ଷିପ୍ତ ହୋଇ କାର୍ଯ୍ୟରତ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଛନ୍ତି । ଯାହାଫଳରେ ନୟାଗଡ ଜ଼ିଲ୍ଲା ଏବଂ ରଣପୁରର ସମସ୍ତ ୱେବ୍ ଚ୍ଯାନେଲ ସାମ୍ବାଦିକ ରଣପୁର ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇଆଇସିଙ୍କୁ ନିଲମ୍ବନ କରାଯାଉ ବୋଲି ଦାବି କରିଥିଲେ । ସମ୍ବିଧାନର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ପ୍ରତି ଏଭଳି କଣ୍ଟରୋଧ କରିବା ପ୍ରୟାସକୁ ଦୃଢ ନିନ୍ଦାକରିବା ସହ ଜ଼ିଲ୍ଲା ଆରକ୍ଷୀ ଏହାକୁ ତଦନ୍ତ କରି ରଣପୁର ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପନ ନିଆଯାଏ ତେବେ ଆଗାମୀ ଦିନରେ ରଣପୁର ଏବଂ ନୟାଗଡ ଜ଼ିଲ୍ଲା ସାମ୍ବାଦିକ ସଂଘ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।