୫ ଜଣ ଜାଲ ଶିକ୍ଷକଙ୍କ ନାମରେ ଏତଲା।

0 1,966

ବ୍ରହ୍ମପୁର, ୧୯/୧୦(ପିପିଟି): ପୁରୁଷୋତ୍ତମପୁର ବ୍ଲକରେ ଜାଲ ଶିକ୍ଷାଗତ ପ୍ରମାଣପତ୍ରରେ ଶିକ୍ଷକ ମାନେ ଚାକିରି କରୁଥିବା ନେଇ ୨୦୧୯ ମସିହାରୁ ଅଭିଯୋଗ ହୋଇ ଆସୁଛି। ବାରମ୍ବାର ଶିକ୍ଷା ବିଭାଗ ତଦନ୍ତ ପାଇଁ ଚିଠି ଲେଖିଥିଲେ ମଧ୍ଯ ବିଇଓ ସକ୍ରିୟ ହୋଇ ତଦନ୍ତ ନକରିବା ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ବର୍ତ୍ତମାନ ଜଣେ ସିଆରସି ସମେତ ୫ ଜଣଙ୍କ ନାମରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଛି। ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ଜେନା,କାକରପାଣି ପ୍ରାଥମିକ ବିଦ୍ୟାଳୟର ପି ଧର୍ମାରାଓ ଦୋରା, ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିରଞ୍ଜନ ମାଝୀ,ହୁଣ୍ଡୁତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମହେନ୍ଦ୍ର ମୁନି ଏବଂ ଷୋଳଘର ସିଆରସି ଗୌତମ ସାହୁଙ୍କ ପ୍ରମାଣପତ୍ର ଯାଞ୍ଚ ବେଳେ ଜାଲ ବୋଲି ଜଣାପଡିଥିଲା। ଏହି ଘଟଣାକୁ ନେଇ ବିଇଓ ହରେକୃଷ୍ଣ ପଣ୍ଡା ପୁରୁଷୋତ୍ତମପୁର ଥାନାରେ ୫ ଜଣ ଶିକ୍ଷକ ନାମରେ ଏତଲା ଦାୟର କରିଛନ୍ତି। ଥାନା କେଶ ନମ୍ବର ୫୧୦,୫୧୧,୫୧୨,୫୧୩,୫୧୪/୨୧ ରେ ମାମଲା ରୁଜୁ ହୋଇଛି। ଏହି ବ୍ଲକର ଟଙ୍କାଛାଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରସିଂହ ମହାରଣା ଜାଲ ପ୍ରମାଣପତ୍ର ଦେଇ କାର୍ଯ୍ଯ କରୁଥିବାର ଜଣାପଡିବା ପରେ ହାଇକୋର୍ଟ ରୁ ଆଗୁଆ ଜାମିନ କରିଥିବା ନେଇ ଶୁଣିବାକୁ ମିଳୁଛି। ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସୂଚନା କର୍ମୀ ସମରଜିତ୍ ମହାନ୍ତି ତା- ୦୯/୧୨/୨୦୧୯ ରେ ପୁରୁଷୋତ୍ତମପୁର ବ୍ଲକର ୫ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଅଭିଯୋଗ କରିଥିଲେ। କିନ୍ତୁ ତଦନ୍ତ ଆଳରେ ବିଇଓ କାର୍ଯ୍ଯାଳୟ ଚୁପ୍ ବସି ରହିଥିଲା । ବିଭାଗ କଡା ଆଭିମୁଖ୍ଯ ପରେ ଧର୍ମକୁ ଆଖିଠାର ଭଳି ତଦନ୍ତ କରି ୫ ଜଣ ନାମରେ ଏତଲା ଦେଲେ। ଶ୍ରୀ ମହାନ୍ତିଙ୍କ ଅଭିଯୋଗ ତାଲିକାରେ ଗୌତମ ସାହୁ ଓ ନରସିଂହ ମହାରଣାଙ୍କ ନାମ ଥିଲା। ଶ୍ରୀ ମହାନ୍ତି କହିଛନ୍ତି ଅଭିଯୋଗର ତଦନ୍ତ ପାଇଁ ଦୁଇ ବର୍ଷ ଲାଗିଲା ଆହୁରି ଜାଲ ଶିକ୍ଷକ ରହିଛନ୍ତି ସେମାନଙ୍କର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

Leave A Reply

Your email address will not be published.