୫୦ କୋଟିର ବରଡାବିଲି ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।

0 1,036

ଧରାକୋଟ,୦୪/୦୮(ପିପିଟି); ଧରାକୋଟ ବ୍ଲକ ବରଡାବିଲି ପଞ୍ଚାୟତର ବହୁ ପ୍ରତୀକ୍ଷିତ , ପ୍ରାୟ ଦଶଗୋଟି ମୌଜା ଅନ୍ତର୍ଗତରେ ଥିବା ଚାଷୀ ସମାଜର ପ୍ରାୟ ୭୨୦ ହେକ୍ଟର ଜମିକୁ ଜଳସେଚିତ କରିବା ଉଦ୍ଦେଶ୍ୟରେ ନେଇ ୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ବାରଡାବିଲି ମେଗା ଜଳସେଚନ ପ୍ରକଳ୍ପ ଆଜି ଉଦଘାଟିତ ହୋଇଅଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଆଜି ଅପରାହ୍ନରେ ଅଞ୍ଚଳର ଚାଷୀ ସମାଜ ତଥା ବୁଦ୍ଧିଜୀବୀ ଜନସାଧାରଣଙ୍କ ଗହଣରେ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହିତ ସ୍ଥାନୀୟ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପଞ୍ଚାୟତ ବାସୀଙ୍କ ଦ୍ଵାରା ବିଶିଷ୍ଟ ବ୍ୟକ୍ତିତ୍ଵ ତଥା ସଙ୍ଗଠକ ସୁନିଲ କୁମାର ସୁଆରଙ୍କ ପୌରହିତ୍ୟରେ ଆୟୋଜିତ ସ୍ବତନ୍ତ୍ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ପ୍ରକଳ୍ପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହିତ ଅଞ୍ଚଳ ଚାଷୀ ସମାଜର ହିତରେ ବହୁ ପ୍ରତିକ୍ଷିତ ବରଡାବିଲି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ ବିଭାଗୀୟ ଯନ୍ତ୍ରୀ ସମୂହଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର ଦିନରେ ଏହି ପ୍ରକଳ୍ପ ଦ୍ଵାରା ବରଡାବିଲି ସହିତ ହରିପୁର , ବୈରାପଲ୍ଲି , ବେଠୁଆର , ପ୍ରତାପୂର୍ , କୁଶଗୁମ୍ମା , ଶିମୁଳିପଲ୍ଲୀ , ଦଶମାଇଲି ଆଦି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଥିବାରୁ ଏହାର ସୁଯୋଗ ନେଇ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ରଖିବାକୁ ଉପସ୍ଥିତ ଚାଷୀ ସମାଜକୁ ଅନୁପ୍ରାଣିତ କରିଥିଲେ । ସମ୍ମାନୀୟ ଅତିଥି ଭାବେ କାଲୁଚରଣ ସୁଆର , ହରିହର ସ୍ବାଇଁ , ଭଗବାନ ପାଢ଼ୀ,ହରିଆ ଗୌଡ,ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ଅଞ୍ଚଳର ବିକାଶରେ ବିଧାୟକଙ୍କ ଉଦ୍ୟମକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅଞ୍ଚଳବାସୀଙ୍କ ପକ୍ଷରୁ ଶତାଧିକ କୃଷକ , ଯୁବଗୋଷ୍ଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.