୪ନୂତନ ଅଧିକାରୀଙ୍କୁ ଆମ ପୋଲିସ ସମିତି ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ ।

0 575

ଭଞ୍ଜନଗର,୦୧/୦୯(ପିପିଟି); ଭଞ୍ଜନଗର ପୋଲିସ ଥାନା ପରିସରରେ ଆମ ପୋଲିସ ସମିତି ତରଫରୁ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କେବଳ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କୁ ଛାଡ଼ି ଦେଲେ ଆଉ ୪ଜଣ ନୂତନ ପୋଲିସ ଅଧିକାରୀ ଭଞ୍ଜନଗର ଥାନାରେ ଦାୟୀତ୍ୱ ଗ୍ରହଣ କରିଛନ୍ତି।ତେଣୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ଭଞ୍ଜନଗର ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ନୂତନ ଅଧିକାରୀ ଭାବେ ଏସଆଇ ମନସ୍ୱିନୀ ମହାନ୍ତି, କେଶବ ଷଢଙ୍ଗୀ,ସ୍ନେହା ମଞ୍ଜରୀ ସାହୁ ଓ ସତ୍ୟ ନାରାୟଣ ଦେବତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉତ୍ତମ ସେବା କାର୍ଯ୍ୟ ଯୋଗୁଁ ଭଞ୍ଜନଗର ଏସଡ଼ିପିଓ ଶ୍ରୀ ମିଶ୍ରଙ୍କୁ ଗତ ଅଗଷ୍ଟ ୧୫ତାରିଖରେ ଡିଜିପି ପୁରସ୍କାର ପ୍ରଦାନ କରା ଯାଇ ଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ ଏଥିରେ ସଂଯୋଜନା କରିଥିବା ବେଳେ ଜଗଦୀଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅଲଓଷ୍ଟା ସଭାପତି ଜଗବନ୍ଧୁ ଜେନା, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଯୋଗ ଦେଇଥିଲେ। ସଚେତନତା ସୃଷ୍ଟି ସହ ଟ୍ରାଫିକ,ବରିଷ୍ଠ ନାଗରିକଙ୍କ ସୁରକ୍ଷା,ଗୁଣି ଗାରେଡି ଭଳି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ଅତିଥିମାନେ କହିଥିଲେ।ପ୍ରେସକ୍ଲବ ସଭାପତି ଲୋକନାଥ କର, ସୁଶାନ୍ତ ମହାପାତ୍ର,ସୁନୀଲ କୁମାର ପଟ୍ଟନାୟକ, ପି. ମୃତ୍ୟୁଞ୍ଜୟ ସୁବୁଦ୍ଧି, ସାମ୍ବାଦିକ ବିଶ୍ବମ୍ବର ଜେନା, ଜୟକୃଷ୍ଣ ପଟ୍ଟନାୟକ, ଭବାନୀ ପାଳ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.