୩ପୋଲିସଙ୍କ ସମେତ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

0 349

ଭଞ୍ଜନଗର,୨୦/୦୭(ପିପିଟି);ଗତ କିଛି ଦିନ ଭଞ୍ଜନଗର ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ପୁଣି ୨୩ଟି ପଜିଟିଭ କେଶ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩ଜଣ ପୋଲିସ, ଜଣେ ଶିକ୍ଷକ, ଜଣେ ଅଙ୍ଗନୱାଡି କର୍ମୀ ସମେତ ଭଞ୍ଜନଗର ଏନ.ଏ.ସିର ଜଗନ୍ନାଥ ବିହାର ରୁ ୩ଜଣ,ପାତ୍ର କଲୋନୀର ୨ଜଣ,ମାଲ ସାହି,ଭେଜିପୁଟ, କୋଳିସାହିର ଜଣେ ଲେଖାଏଁ ଏବଂ ବ୍ଲକର ଦୋ ମୁହାଣୀ, ଧନଞ୍ଜୟ ପୁର, ତୁଳସୀ ପଲ୍ଲୀ, ମୁଜାଗଡ଼, ବଡ଼ କୋଦଣ୍ଡା, କାଳିଆ ପଲ୍ଲୀ, ତିଳିସିଙ୍ଗି,ବଦାଙ୍ଗୀ,ଲାଲସିଙ୍ଗ ଓ ଅଗଝୋଳ ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭିଡକୁ ଦେଖି ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଡି.ଜିଙ୍କ ନିର୍ଦ୍ଦେଶରେ ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟରକୁ ଆଜି ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.