୩ଦିନ ସଟ୍ ଡାଉନ ହେଲା ଜିଲୁଣ୍ଡି ଗ୍ରାମ ।

0 291

ଭଞ୍ଜନଗର,୩୧/୦୭(ପିପିଟି); ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମ ରେଡ଼ ଜୋନରେ ଥିବାରୁ ସରପଞ୍ଚ ସସ୍ମିତା ପ୍ରଧାନ ଆଜିଠାରୁ ଆସନ୍ତା ମାସ ୨ତାରିଖ ପର୍ଯ୍ୟନ୍ତ ଗ୍ରାମକୁ ୩ଦିନିଆ ସଟ ଡାଉନ ଘୋଷଣା କରିଛନ୍ତି । ଏହି ଗ୍ରାମ ଦେଇ ପୂର୍ତ୍ତ ବିଭାଗ ରାସ୍ତାଟି ଯାଇଥିବାରୁ ବିଶେଷ ଗହଳି ଲାଗି ରହୁଥିଲା । ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ୱାର୍ଡ ସ୍ତରୀୟ ବୈଠକରେ ସର୍ବସମ୍ମତି କ୍ରମେ ଏହା ସ୍ଥିର ହେବାପରେ ପ୍ରଶାସନ ତରଫରୁ ଅନୁମତି ପାଇ ସଟଡାଉନ କାର୍ଯ୍ୟକାରୀ ହୋଇଛି । ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ଙ୍କୁ ଅବଗତ କରାଯାଇଛି।ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.