୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ, ଲୋକେ ପାଣି ପାଇଁ ହନ୍ତସନ୍ତ ।

0 1,575

ଦିଗପହଣ୍ଡି,୨୧/୧୨(ପିପିଟି); ପାନୀୟ ଜଳ ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । ଲୋକେ ପାଣି ପାଇଁ ଆଗରୁ ଯେମିତି ହଟହଟା ହେଉଥିଲେ ଏବେ ବି ସେମିତି ହଟହଟା ହେଉଛନ୍ତି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ହୋଇ ପଡିଚି ପାନୀୟ ଜଳ ପ୍ରକଳ୍ପ । ଲୋକ ମାନଙ୍କୁ ଯେମିତି ପାନୀୟ ଜଳ ସଙ୍କଟ କିଭଳି ନ ହେଉ ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟସରକାର ବସୁଧା ଯୋଜନାରେ ଜଳ ପ୍ରକଳ୍ପ ନିର୍ମାଣ କରି ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଅତି ବିଡ଼ମ୍ବନାର ବିଷୟ ଏହି ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । ଲୋକ ମାନେ ଉପକୃତ ହେବା ବଦଳରେ ସେମିତି ହଟହଟା ହେଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । ସରକାରଙ୍କ କୋଟି କୋଟି ଟଙ୍କା ପଡି ପଡି ଖତ ଖାଉଛି । ଦିଗପହଣ୍ଡି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି ଯେତେ ଖୋଜିଲେ ବି ବାହାରୁଚି ହେଲେ ବି ନିଦ୍ରାରୁ ଜାଗ୍ରତ ହୋଇନାହାନ୍ତି ଅଧିକାରୀ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.