ହିଞ୍ଜିଳି ପୌରପରିଷଦ ଦୂରଦୃଷ୍ଟି ଅଭାବରୁ ବାଛୁରିର ଜୀବନଗଲା ।

0 227

ହିଞ୍ଜିଳିକାଟୁ,(ପିପିଟି) ୧୧ / ୦୫ ,  ରାଜ୍ୟରେ ପଶୁପକ୍ଷୀ ମାନଙ୍କପାଇଁ ମହାମାରୀ କରୋନା ଯୋଗୁଁ ଖାଦ୍ୟ ଅଭାବ ହେତୁ ବହୁ ପ୍ରକୃତି ପ୍ରେମୀ ବୁଲିବୁଲି ସେମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।କିନ୍ତୁ ହିଂଜିଳି କାଟୁରେ ପୌରପରିଷଦର ଦୂର ଦୃଷ୍ଟି ଅଭାବରୁ ଏକ ବାଛୁରିର ଜୀବନ ଯାଇଥିବା ଗୋପାଳକ ଅଭିଯୋଗ କରିଛନ୍ତି । ସୂଚନା ପ୍ରକାରେ ଅଭିଯୋଗକାରୀ ଜଗଦୀଶ ଗଉଡ ୱାର୍ଡ ୬ , ଫାୟାର ଷ୍ଟେସନ ରୋଡ଼ ବାସିନ୍ଦା କହିଛନ୍ତି ଯେ ଗତ ୬ ରିଖ ଦିନ ମୋର ଗାଈକୁ ପୌରପରିଷଦ ତରଫରୁ ଗାଈ ମାନଙ୍କୁ ଜବତ କରା ଯାଇଥିଲା । ଜାଣିବାପରେ ଜୋରିମାନା ସହ ଗାଈକୁ ଆଣିବା ପାଇଁ ପରିଷଦ କାର୍ଯ୍ୟଲୟକୁ ଯାଇଥିଲି କିନ୍ତୁ ଗାଈ ମିଳିବ ନାହିଁ ଶୁଣି ନିରାଶ ହୋଇ ପେରିଥିଲେ । ପରେପରେ ଲଗାତାର ଦୁଇ ତିନି ଦିନ ଧରି ଗାଈ ମାଗିବା ପାଇଁ ଅଫିସିକୁ ଯାଇଥିଲେ । ଅଫିସର ଜଣେ କର୍ମଚାରୀ ଖଲ୍ଲିକୋଟରେ ଛଡ଼ା ଯାଇଥିବା କହୁଥିବାବେଳେ ଆଉ ଜଣେ ସୋରଡ଼ାରେ ଛାଡ଼ି ଦିଆଯାଇଥିବା କହିଥିଲେ । ଏଣେ ବାଛୁରୀଟି ମା ଗାଈ ଠାରୁ ଆଧାର ନପାଇ ବିରହରେ  ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଛନ୍ତି ।ଏହି ଅଭାବନୀୟ ସ୍ଥିତି ପାଇଁ ନିଜଗାଇସହ ବାଛୁରୀର ମୃତ୍ୟୁ ପାଇଁ କ୍ଷତି ପୁରଣ ଦାବୀ କରିଛନ୍ତି ।
ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ ।

Leave A Reply

Your email address will not be published.