ହିଞ୍ଜିଳିକାଟୁ,୨୩/୧୨(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ଇଣ୍ଡୋର ଷ୍ଟାଡିୟମ ଠାରେ କ୍ରୀଡ଼ା ସମ୍ୱନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାଭିମୁଖୀ କରିବା ନିମନ୍ତେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଖେଳ,ଦୌଡ଼କୁଦ ବେଡ଼ବିଣ୍ଟନ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା । ଏହାଦ୍ୱାରା ଦେଶର ଉନ୍ନତି ଏବଂ ନିଜର ଉନ୍ନତି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ଦିଆଯାଇଥିଲା। ଅନ୍ୟ ଦେଶମାନେ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭଲ ପ୍ରତିପାଦନ କରି ପାରୁଥିବା ବେଳେ ଆମ ଦେଶ ଭାରତ ସେମାନଙ୍କ ଠାରୁ ବେଶ ପଛୁଆ ଏଣୁ ଆମ ପାଖରେ ଥିବା ପ୍ରତିଭା ଅନ୍ୟଦେଶ ଠାରୁ ଭଲ ଥିଲେ ମଧ୍ୟ ଯେ ହେତୁ ଆମ ଛାତ୍ରଛାତ୍ରୀ କ୍ରୀଡ଼ା ବିଷୟରେ ଉପଯୁକ୍ତ ଜ୍ଞାନ ଅଭାବରୁ ଏବଂ ଉପଯୁକ୍ତ ତାଲିମ ଅଭାବରୁ ଉଚ୍ଚ ସ୍ଥାନରେ ପହଞ୍ଚି ପାରୁ ନାହାନ୍ତି । ବର୍ତ୍ତମାନ ଓଡିଶା ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ହକି ଖେଳର ଉନ୍ନତି ହୋଇ ପାରିଥିଲା ଏବଂ ନିରଜ ଚୋପ୍ରାଙ୍କୁ ଓଡିଶାରେ ଉପଯୁକ୍ତ ତାଲିମ ପରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଶ୍ରେଷ୍ଠତା ପ୍ରତିପାଦିତ ହେବା ପରେ ଓଡ଼ିଶାରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କର ଏହା ପ୍ରଥମ ସାମୁହିକ ପ୍ରଚେଷ୍ଟା । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଉପଯୁକ୍ତ କ୍ରୀଡ଼ା ପ୍ରତିଭାକୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ତାଲିମ ପ୍ରଦାନ କରି ଶ୍ରେଷ୍ଠତାର ପରିଚୟ ପ୍ରଦାନ କରିବା। ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ତହସିଲଦାର ପ୍ରଭାତ କୁମାର ପରିଡ଼ା,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ,ବେଡ଼ମିଣ୍ଟନ କୋଚ୍ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନେ ଯୋଗ ଦେଇଥିଲେ ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା ।)