ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ରଚଳଚିତ୍ର ଅଭିଳାଷ ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚିତ୍ର ପୁରସ୍କୃତ ।

0 1,870

ହିଞ୍ଜିଳିକାଟୁ,ତା-୦୪/୦୭(ପିପିଟି) ;  କରୋନା ସଂକ୍ରମଣ ବେଳେ ଲକ୍ ଡାଉନ୍ ସଚେତନତା ବାର୍ତ୍ତା ବହନ କରିଥିବା କ୍ଷୁଦ୍ର କଳାତ୍ମକ ଚଳଚିତ୍ର “ଅଭିଳାଷ”ବେଙ୍ଗଲ ଲକଡାଉନ ନାସନାଲ ଅନଲାଇନ ଫିଲ୍ମ ଫେଷ୍ଟିବଲ ରେ ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ପ୍ରାପ୍ତ କରିଛି । କଳାକାରଙ୍କ ନିଖୁଣ ଅଭିନୟ ଓ ଉଚ୍ଚକୋଟୀର ଚିତ୍ରୋତଲନ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ପ୍ରାପ୍ତ କରିବାରେ ମାପ କାଠିସାଜିଛି । ଉଲ୍ଲେଖନୀୟ କଥାଟି ହେଲା ଏହି ଚଳଚିତ୍ର ଟି ହିଞ୍ଜିଳିକାଟୁ ଓ ତାହାର ଆଖ ପାଖ ଅଞ୍ଚଳରେ ନିର୍ମାଣ କରାଯାଇଛି ହିଞ୍ଜିଳିକାଟୁ କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ନୃତ୍ୟମ ର ମୁଖ୍ୟ ସଂଚାଳକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁଙ୍କ ବରିଷ୍ଠ ନିର୍ଦ୍ଦେଶନା ଓ ବହୁଦିନର ପରିଶ୍ରମର ଫଳ ସ୍ୱରୂପ ହିଞ୍ଜିଳିକାଟୁ ର ଏକ ନୂତନ ପରିଚୟ ଜାତୀୟ ସ୍ତରରେ ସୃଷ୍ଟି ହୋଇଛି। ବେଙ୍ଗଲ ଲକଡାଉନ ନାସନାଲ ଅନଲାଇନ ଫିଲ୍ମ ଫେଷ୍ଟିବଲର ଦୁଇଟି ପର୍ଯ୍ୟାୟ ,ଶ୍ରେଷ୍ଠ ଚଳଚିତ୍ର ଓ ଶ୍ରେଷ୍ଠ ସାମାଜିକ ବାର୍ତା  ରେ ମନୋନୟନ ପ୍ରକ୍ରିୟା ରେ ଥିଲା। ଭାରତ ର କୋଣ ଅନୁକୋଣରୁ ବହୁ ଚଳଚିତ୍ର ନିର୍ମାତା ଙ୍କୁ ପଛରେ ପକାଇ ହିଞ୍ଜିଳିକାଟୁ ର “ଅଭିଳାଷ” ଚଳଚିତ୍ର ଟି ଶ୍ରେଷ୍ଠ ଚଳଚିତ୍ର ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କରିଛି। ନୃତ୍ୟମ ଅନୁଷ୍ଠାନ ର ଛାତ୍ର ଟି ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ଓ ପରିଶ୍ରମ ର ସ୍ୱରୂପ ଚଳଚିତ୍ରକୁ ଶ୍ରେଷ୍ଠ ବିବେଚିତ କରିବାରେ ଅନ୍ୟତମ କାରଣ । ଚଳଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାରସାହୁ ,କ୍ୟାମେରାମେନ – ଟି ଶ୍ରୀନିବାସ ଦାସ,”ଚଳଚିତ୍ର କଥାକାର”- ସୁମନ୍ ଦାସ ଙ୍କ ବହୁଦିନ ର ପରିଶ୍ରମର ଫଳ ସ୍ୱରୂପ ଆଜି ଛୋଟ ଏକ ସହରର କଳା କ୍ଷେତ୍ରରେ ପରିଚୟ ଜାତୀୟ ସ୍ତର ରେ ହୋଇପାରିଛି । ଗୋପାଳ ମହାନ୍ତି ,ରବୀନ୍ଦ୍ର ସାହୁ , ପ୍ରଭାତ୍ ମହାରଣା, ସୋମନାଥ ବେହେରା ଚଳଚିତ୍ର ର ବିଭିନ୍ନ ବିଭାଗ କୁ ସମ୍ଭାଳି ଥିଲେ ,ଚିମାନ ସାହୁ, କେଶବ ମହାରଣା,ହରି ଚୋହାନ ପ୍ରମୁଖ ଚଳଚିତ୍ର ର ନିର୍ମାଣ ରେ ବହୁ ସହୋଯୋଗ କରିଥିଲେ। ହିଞ୍ଜିଳିକାଟୁ ମାଟି ର ଯୁବକ ମାନଙ୍କ ଏଭଳି ପ୍ରୟାସ ,ସହର ଓ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଦେଇଛି। ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ମାଟି ର ଏକ ଚଳଚିତ୍ର ଜାତୀୟ ସ୍ତର ରେ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଥିବାରୁ ପ୍ରଶଂସକ ମହଲ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ବହୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ଆଗାମୀ ଦିନରେ  ଏହି ମାଟି କଳା କ୍ଷେତ୍ର ରେ ଅନ୍ତ୍ରଜାତିୟ ସ୍ତର ରେ ମଧ୍ୟ ପରିଚୟ ଲାଭ କରୁ ବୋଲି  ହିଞ୍ଜିଳିକାଟୁ ବାସୀଙ୍କ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.