ହିଞ୍ଜିଳିକାଟୁରେ ଘର ଘର ବୁଲି ସ୍କ୍ରିନି° ଟେଷ୍ଟ ଓ ସ୍ୱାବ ଟେଷ୍ଟ ।

0 666

ହିଞ୍ଜିଳିକାଟୁ,ତା-୩୦/୦୬(ପିପିଟି) ; ଗଞ୍ଜାମ ଜିଲ୍ଲାରେ ମାହାମାରୀ କରୋନା ଦୃତ ଗତିରେ ବଢ଼ିବାରେ ଲାଗିଛି । କରୋନା ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱର ହୋଇ ଜନସାଧାରଣଙ୍କୁ ସଚେତନତା ବିଭିନ୍ନ ମାଧ୍ୟମରେ କରାଯାଇଛି ।ସେହିପରି ହିଞିଳିକାଟୁ ପୋୖରାଞ୍ଚଳ ରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୭ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଏହାକୁ ପ୍ରତିହିତ କରିବା ନିମନ୍ତେ ସ୍ଥାନୀୟ ସହରକୁ କଣ୍ଟେନମେଣ୍ଟ ରୁପେ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ବାସୀ ଅତ୍ୟାବଶ୍ୟକ ନଥିଲେ ସହରକୁ ଆସିବ ନାହିଁ ନିର୍ଦ୍ଦେଶ ରହିଛି ।ଏବଂ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ, ଓ ଆର.ବି.ଏସ.କେ ସ୍ୱାସ୍ଥ୍ୟ କର୍ମୀ ଡ଼ଃ ସ୍ୱପ୍ନାରାଣୀ ମିଶ୍ର ଏବଂ ତାଙ୍କ ଟିମ ସହିତ ହିଞିଳିକାଟୁ ରେଗିଡ଼ି ସାହି ସମେତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ସହ ଥର୍ମଲ ସ୍କ୍ରିନିଂ କରାଯାଇଥିଲା । କରୋନା କିଛି ଲକ୍ଷଣ ଦେଖାଦେଇଥିବା ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିବା ଡ଼ଃ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଘମିତ୍ରା ପ୍ରଧାନ,ହରପ୍ରିୟା ନାୟକ, ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ଅଙ୍ଗନୱାଡି କର୍ମୀ ଚିନ୍ମମୟୀ ସାହୁ ଉପସ୍ଥିତ ଥିଲେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.