ହିଂଜିଳିକାଟୁରେ ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳନ ।

0 315

ହିଞ୍ଜିଳିକାଟୁ,ତା-୧୫/୦୮(ପିପିଟି) ; ଆଜି ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ନିକଟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ,ଯେଉଁଥିରେ ହିଂଜିଳିକାଟୁ ସହରର ସ୍ଥାନୀୟ ମେଡିକାଲର ପ୍ରସୂତି ବିଶେସଜ୍ଞ ଡ଼. ମାଧବ ସାହୁ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ ଓ ଉଦବୋଧନ କରି ସଭିଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସଙ୍ଘ ସଦସ୍ୟ ମାନଙ୍କ ପ୍ରଚେଷ୍ଟା ଥିଲା ଏହି ମହାମାରୀ ସମୟରେ ଅହ ରହ ସେବା ପ୍ରଦାନ କରୁଥିବା ଦ୍ଵିତୀୟ ଇଶ୍ୱର ଅର୍ଥାତ ଡାକ୍ତରଙ୍କ ଦ୍ଵାରା ପତାକା ଉତ୍ତୋଳନ ହେଉ । ସଙ୍ଘ ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୁଗୋପଯୋଗୀ ଉଦବୋଧନ ପ୍ରଦାନ କରିଥିଲେ । ଯୁବ ସଂଗଠକ ତଥା ସବୁଜ ପରିବାର ର ମୁଖ୍ୟ ସଂଚାଳକ ଅନାଦି ପାଣିଗ୍ରାହୀ ଓ ଶିବ ଶମ୍ଭୁ ଗୌଡ଼ ସ୍ବଦେଶୀ ବ୍ୟବହାର ଦ୍ୱାରା ଦେଶ କୁ କେମିତି ସଶକ୍ତ କରାଯାଇପାରିବ ଏହି ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । କିରଣ କୁମାର ପୃଷ୍ଟି , ସରୋଜ ପାତ୍ର, ବିଶ୍ୱନାଥ ପୃଷ୍ଟି, ବିଘ୍ନ ମହାରଣା ,ଅନୀଲ ପୃଷ୍ଟି, ନିଳାଞ୍ଚଳ ମୁନି,କାହ୍ନୁ ଗୌଡ଼ ,ସତୀଶ ସାହୁ ,ସିତୁନ ପାତ୍ର ,ସଞ୍ଜୟ ପଣ୍ଡା, ସିପୁନ ପାଠୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ଉପ ସଭାପତି ପ୍ରଭାତ ମହାରଣା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.