ଖୋର୍ଦ୍ଧା, ୦୫/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ର ରମ୍ଭାବିଲି ଗ୍ରାମର ୫୦ ବର୍ଷୀୟ ଶରତ ଜେନା ନାମକ ଜଣେ ବ୍ୟକ୍ତି ସଂଧ୍ୟା ୭ ଟା ସମୟରେ ଦଶହରା ପଡିଆ କୁ ବଡ଼ବଡ଼ିଆ ଡାକିବା ପାଇଁ ଯିବା ସମୟରେ ହାତୀ ସହ ମୁହାମୁହିଁ ହୋଇ ଯାଇଥିଲେ ଏବଂ ହାତୀ ସେଠାରେ ତାଙ୍କୁ ଚକଟି ଦେଇଥିଲା ଏବଂ ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତୁ ହୋଇଯାଇଥିଲା । ଟାଙ୍ଗୀ ବନ ବିଭାଗ ଆସି ପହଞ୍ଚି ଘଟଣା ର ତଦନ୍ତ କରୁଅଛି । ଦୀପାବଳୀ ସମୟରେ ଏହିପରି ଏକ ଦୁଃଖଦ ଘଟଣା ଆଜି ସମସ୍ତ ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ ।)