ହତ୍ୟା ଅଭିଯୁକ୍ତ ଥାନା ପାଇଖାନାରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ ।

0 2,770

ସାନଖେମୁଣ୍ଡି,(ପିପିଟି)୧୨/୦୬, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ପାଇଖାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ । ତାଙ୍କ ବୟସ ୨୮ ବର୍ଷ । ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ହିଞ୍ଜିଳିର ବିଭୁପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପାଟପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରରିଥିଲା । ଗୁରୁବାର ରାତିରେ କବିସୂର୍ଯ୍ୟନଗରରୁ ପୋଲିସ ପ୍ରମୋଦକୁ ଉଠାଇନେଇଥିବା ବେଳେ ଶୁକ୍ରବାର ସକାଳେ ଥାନାରେ ପାଇଖାନା ଯିବାକୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କର ବିବାହ ଠିକ ହୋଇଥିବା ବେଳେ ଗିରଫ ହୋଇ ଜେଲ ଯିବାକୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି କୁହାଯାଉଛି । ସେପଟେ ଥାନା ପକ୍ଷରୁ  କିଛିବି ତଥ୍ୟ ଦେଇନାହାନ୍ତି ।
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.