ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ହୃଦୟ ଦିବସ ପାଳନ ।

0 281

ବେଲଗୁଣ୍ଠା,୨୯/୦୯(ପିପିଟି): ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ୱାସ୍ଥ୍ୟ ଏବଂ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର ଉପସ୍ଥିତରହି ଆଜିର ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଉପାଦେୟତା ସମ୍ପର୍କରେ କହିଥିଲେ I ଏହି ଅବସରରେ ଆୟୂଷ ଡ଼ାକ୍ତର ଶ୍ରୀ ପ୍ରଧାନ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ନିଜ ହୃଦୟର ସୁରକ୍ଷା ପାଇଁ ନିୟମିତ ବ୍ୟାୟାମ କରିବା ସହିତ ନିଜ ଶରୀରର ରକ୍ତଚାପ ଏବଂ ରକ୍ତ ଶର୍କରାର ନିୟମିତ ଯାଞ୍ଚ୍, ଦୈନିକ ଆହାରରେରେ ସବୁଜ ପନିପରିବା ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ୍, ମାନସିକ ଚାପକୁ ନିୟନ୍ତ୍ରଣ ପାଇଁ ସାମାଜିକ କାର୍ଯ୍ୟକ୍ରମ ସହିତ ଯୋଗ ପ୍ରାଣାୟମ,ଉତ୍ତମ ନିଦ୍ରା, ଟିଭି ଏବଂ ମୋବାଇଲ୍ ବ୍ୟବହାରରେ ସଂଯମତା ରକ୍ଷା, ପ୍ରଚୁର ପାଣି ପିଇବା, ତମାଖୂ ସେବନ ବନ୍ଦ କରିବା ଏବଂ ୩୦ ବର୍ଷ ବୟସ ପରେ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମି ଏବଂ ପାଇଲିପଡ଼ା ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.