ସ୍ୱର୍ଗତ ସୁବାଷ ଚୌହାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା ।

0 157

ପଦ୍ମପୁର,(ପିପିଟି ନ୍ଯୁଜ୍)୧୪/୦୫,ପଦ୍ମପୁର ଉପଖଣ୍ଡ  ର ପବିତ୍ର ତୀର୍ଥସ୍ଥଳୀ ନୃସିଂହନାଥ ର କପିଳମୁନି ଆଶ୍ରମ ଠାରେ ପାଇକମାଲ ଗ୍ରାମ ପଞ୍ଚାୟତ  ସରପଞ୍ଚ ଧବଳେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ୱର୍ଗତ ସୁବାଷ ଚୌହାନଙ୍କ ବ୍ୟକ୍ତିତ୍ୱ ଉପରେ ଉପସ୍ଥିତ ବ୍ୟକ୍ତି ବିଶେଷ ବିଭିନ୍ନ ମତ ଗୁଡିକ ଉପସ୍ଥିତ  କରିଥିଲେ ।ସେ ଜଣେ ଉଦାର ହୃଦୟ ର ବ୍ୟକ୍ତି ବିଶେଷ ସହ ଜଣେ ସୁ-ସଂଗଠକ,ହିନ୍ଦୁ ଜାଗରଣ ସାମୁଖ୍ୟର ରାଷ୍ଟ୍ରୟ ସଭାପତି,ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀ ରେ କାର୍ଯ୍ୟ ନିର୍ବାହ କରି ଆମ ମାନଙ୍କୁ ସବୁଦିନ ପାଇଁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ଶ୍ରଧାଂଜଳୀସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏ ଅଂଚଳ ର ବିପ୍ଲବୀ ତଥା ଟାଣୁଆ ନେତା ରାଜ କୁମାର ସେଠ,ମଲଖାନ ସିଂ,କରୁଣାକର ପ୍ରଧାନ,ଟେଙ୍ଗୁନୁ ଭୁଏ,ମାନସ ପଣ୍ଡା,ମୋହନ ଜଗତ ପ୍ରମୁଖ ସୃୁତିଚାରଣ କରିଥିଲେ । ପରିଶେଷରେ ହରିହର ବରିହା ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.