ସ୍ବୟଂସିଦ୍ଧା ବା ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 419

ସାନଖେମୁଣ୍ଡି,ତା-୧୯/୦୬(ପିପିଟି) ; ସାରା ବିଶ୍ୱକୁ ମୃତ୍ୟୁର ଦୂତ ହୋଇ ଆସିଛି ମହାମାରୀ କରୋନା ଭୁତାଣୁ । ମହାମାରୀ ଯୋଙ୍ଗୁ ଲୋକ ମାନଙ୍କ ଧନ ଜୀବନ ବହୁତ ହାନି ହେଉଛି । ସାରା ବିଶ୍ୱ ଏଥି ପାଇଁ ବହୁତ ଚିନ୍ତିତ । ବିଶ୍ୱ ରେ ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷୋଧକ ମୂଳ ଟୀକା କିମ୍ବା ଔଷଧ ପ୍ରସ୍ତୁତ ହୋଇପାରିନାହିଁ । କରୋନାର ପ୍ରଭାବ ଏବେ ଆମ ଭାରତ ବର୍ଷରେ କାୟା ବିସ୍ତାର କରିଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଚିନ୍ତିତ ଥିବା ଜଣାପଡିଛି । ମହାମାରୀ କରୋନା ଦାଉରୁ ରକ୍ଷା କରିବା ପାଇଁ  ନେତା ମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଅଫିସର ମାନଙ୍କ ପର୍ଯ୍ୟନ୍ତ ଦିନ ରାତି ଏକ କରିଦେଇଛନ୍ତି । ଏମିତି ରେ ରାଜ୍ୟ ସରକାର ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ।ଏଥି ମଧ୍ୟରୁ ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଅନ୍ୟତମ ।ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତରେ ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଧାଦେଇପୁର ସରପଞ୍ଚ ରିତାଞ୍ଜଳୀ ବାରିକଙ୍କ ତତ୍ୱାବଧାନରେ ଆଇସିଡିଏସ ସୁପରଭାଇଜର ପୁଷ୍ପଲତା ସାହୁ, ସ୍ୱାସ୍ଥ୍ୟ ସୁପରଭାଇଜର ସୁନୀଲ କୁମାର ମିଶ୍ର, ଏଏନ୍ଏମ୍ ରଜନୀ ମାଝି,ଆଶା ଦିଦି,ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସହଯୋଗୀ ଓ ଏସଏଚଜି ଗ୍ରୁପ ସଦସ୍ୟ ମାନେ ଆଜି ରାଧାଦେଇପୁର ପଞ୍ଚାୟତ ର ଜୟନଗର ଏବଂ ଉସ୍ତା ଜଗନ୍ନାଥପୁର ଗ୍ରାମକୁ ଯାଇ କୋଭିଡ଼ -୧୯ ବା କରୋନା ଭୁତାଣୁ ର ଭୟାବହ ବିଷୟ ରେ ବୁଝାଇଥିଲେ । ପ୍ରତ୍ୟେକ ଘର କୁ ଘର ବୁଲି ନିଜର ସାମାଜିକ ଦୂରତା ରକ୍ଷାକରି ସଚେତନତା କରିଥିଲେ । ସରକାରଙ୍କ ପ୍ରତ୍ୟେକଟି କଥା ମାନିଚଳିବାକୁ ଅନୁରୋଧ କରିଥିଲେ । ନିୟମିତ ହାତକୁ ସାବୁନ ରେ ଧୋଇବା, ବିନାକାରଣ ରେ ଘରୁ ବାହାରିବାନାହିଁ, ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ଏବଂ ନିଜ ନିଜର ସାମାଜିକ ଦୂରତା ରକ୍ଷାକରିବା ଏବଂ ନିୟମିତ ପରିବେଶକୁ ପରିସ୍କାର ପରିଚ୍ଛନ୍ନତା ରଖିବା । ସରକାରଙ୍କୁ ସହଯୋଗ କରିବା ପାଇଁ  ବୁଝାଇଥିଲେ । ସ୍ବୟଂସିଦ୍ଧାର ମୂଳ ଉଦ୍ଦେଶ୍ୟ ହେଲା ଆମ ସ୍ୱାସ୍ଥ୍ୟ ଆମ ଦାଇତ୍ଵ । ଯଦି ଆମେ ଆମ ସ୍ୱାସ୍ଥ୍ୟକୁ ଆମ ଦାୟିତ୍ଵ ରେ ନରଖିବା ତେବେ କରୋନାକୁ ଆମେ ହରେଇପାରିବାନି । ଏଣୁ ସରକାରଙ୍କ ସ୍ବୟଂସିଦ୍ଧା କାର୍ଯ୍ୟକ୍ରମକୁ ସଫଳ କରେଇବାକୁ ହେଲେ ସରକାରଙ୍କ ପ୍ରତ୍ୟେକଟି ନିୟମ ମାନି ଚଳିବାକୁ ହେବ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସ୍ୱୟଂସିଦ୍ଧା ବା ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ଵକୁ ସଫଳ କରେଇବା । ଏପରି କହିଥିଲେ ରାଧାଦେଇପୁର ସରପଞ୍ଚ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.