ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ।

0 234

ମାଲକାନଗିରି,୦୪/୦୧(ପିପିଟି): ମାଲକାନଗିରି ଜିଲ୍ଲାର ସ୍ୱାଭିମାନଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଭିତ୍ତିଭୂମିର ଶଳାନ୍ଯାସ କଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ତାଙ୍କ ସହ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ । ବିଜୁ ଜନତା ଦଳର ପ୍ରମୁଖ ତଥା ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ପ୍ରଣବ ପ୍ରକାଶ ଦାସଙ୍କ ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନଅଞ୍ଚଳ ଲୋକଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପ୍ରୟାସ ଜାରି ରହିଛି ଓ ସ୍ୱାଭିମାନ ଅଞ୍ଚଳର ଲୋକମାନେ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନହୁଅନ୍ତି ସେଥି ପ୍ରତି ପ୍ରୟାସ ଜାରି ରହିଛି । ସ୍ୱାଭିମାନ ଅଞ୍ଚଳର ସିନ୍ଧୁପୁଟ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଶିଳାନ୍ୟାସ,ତା ସହିତ, ବେଜିଙ୍ଗ ଗ୍ରାମ ଠାରେ ଗୋଷ୍ଠୀ କେନ୍ଦ୍ର , ପଣସପୁଟ ମନ୍ଦିରର ଭିତ୍ତିଭୂମି ଶୁଭାରମ୍ଭ ,ସିଙ୍ଗାଇ ଗ୍ରାମ ଠାରେ ଗୋଷ୍ଠୀ କେନ୍ଦ୍ରର ଶଳାବ୍ଯାସ କଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ତାଙ୍କ ସହ ପୂର୍ବତନ ଜିଲ୍ଲାପରିଷଦ ପଦ୍ମିନୀ ମୁଦୁଲି, ବିଧାୟକ ପ୍ରତିନିଧି ତଥା କୋରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀ,କୋରୁକୋଣ୍ଡା ସାଂସଦ ପ୍ରତିନିଧି ମଦନ କୋଶଲା, ଖଇର ପୁଟ ସାଂସଦ ପ୍ରତିନିଧି ଜାଗନ୍ନାଥ ମାଝୀ, ବରିଷ୍ଠ ବିଜେଡି ନେତା ମାଧବ ସାବତ, ଚିତ୍ରକୋଣ୍ଡା ବ୍ଲକ ସଭାପତି ହରି ମୋହନ ଖିଲ, ଚିତ୍ରକୋଣ୍ଡା ସାଂସଦ ପ୍ରତିନିଧି ଅମିତ ଆଗ୍ରୱାଲ, ଯୁବ ନେତା ମହେଶ ବାକା, ଯୁବ ନେତା ଶ୍ରୀନିବାସ ମୁଦୁଲି, ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.