ସ୍ବର୍ଗତ ଶିବ ଖେମୁଡୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ।

0 291

ମାଲକାନଗିରି,୦୮/୧୨(ପିପିଟି): ଆଜି ମାଲକାନଗିରି ବ୍ଲକ ସ୍ଥିତ ପାଣ୍ଡ୍ରିପାଣି ଠାରେ ପୂର୍ବତନ ସରପଞ୍ଚ ସ୍ବର୍ଗତ ଶିବ ଖେମୁଡୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଗଙ୍ଗାଧର ବୁରୁଦା,ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ,ମାଲକାନଗିରି ସରପଞ୍ଚ ସଙ୍ଘର ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ, ମାଲକାନଗିରି ବ୍ଲକ ଅଧ୍ଯକ୍ଷ ଅକ୍ଷୟ କୁମାର ନାୟକ,ଆଡାମା ରାବା,ଘନଶ୍ଯାମ ମାଡକାମୀ, ଘେନୁମୁଦୁଲି, ଦହନା ଟାଙ୍ଗୁଲୁ, ସରପଞ୍ଚ ସଙ୍ଘର ସଂପାଦକ ଦଶରଥ ଡୁରୁକା,ସଂଗଠକ ସୋନୁ ଅନୁଗୁ ପ୍ରମୁଖ ଯୋଗ ଦେଇଥିବା ବେଳେ ସଙ୍ଘର ସଭାପତି ଭୀମେ ବାର୍ସେ ସଭାପତିତ୍ବ କରିଥିଲେ । ଗତ ୨୪ ତାରିଖରେ ପାଣ୍ଡ୍ରିପାଣି ଠାରେ ବିବାହ ଉତ୍ସବରେ ବରଯାତ୍ରୀଙ୍କ ଉପରେ ଚାଉଳ ଟ୍ରକ ଚଢି ଯିବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହାତ ହୋଇଥିଲେ । ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରପାଣି ଗ୍ରାମରେ ଶିବ ଖେମୁଡୁ ୧୫ ଅଗଷ୍ଟ ୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୦୨ରେ ଜିଲ୍ଲା ପରିରିଦ ସଭ୍ଯ ଭାବେ ବିଜୟ ଲାଭ କରିଥିଲେ । ୨୦୧୭ ରେ ପାଣ୍ଡ୍ରିପାଣି ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ । ତାଙ୍କ କାର୍ଯ୍ଯକାଳ ୨୦୨୧ଫେବୃଆରୀ ମାସରେ ସମାପ୍ତହୋଇଥାନ୍ତା । ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ । ସ୍ବର୍ଗତ ଶିବ ଖେମୁଡୁ ଜଣେ ପରୋପକାରୀ,ସମାଜ ସେବୀ ତଥା ଜନ ପ୍ରିୟ ସରପଞ୍ଚ ଭାବେ ସମଗ୍ର ଅଞ୍ଚଳରେ ତାଙ୍କର ସୁକ୍ଷାତି ରହିଥିଲା ବୋଲି ଅତିଥିମାନେ ସ୍ମୃତିଚାରଣ କରିଥିଲେ । ସବୁ ଦିନ ପାଇଁ ତାଙ୍କ ସ୍ମୃତିକୁ ସାଉଁଟିବା ପାଇଁ ମାଲକାନଗିରି ସରପଞ୍ଚ ସଙ୍ଘ ସଭାପତି ଭୀମା ବାର୍ସେଙ୍କ ପ୍ରଚେଷ୍ଟାରେ ପାଣ୍ଡ୍ରିପାଣି ସରପଞ୍ଚ ସ୍ବର୍ଗତ ଶିବ ଖେମୁଡୁଙ୍କ ପ୍ରତିମୂର୍ତ୍ତି ତାଙ୍କ ନିଜ ବାସ ସ୍ଥାନ ପାଣ୍ଡ୍ରିପାଣି ଠାରେ ସ୍ଥାପନ କରା ଗଲା ବୋଲି ସଙ୍ଘର ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ ମତ ବ୍ଯକ୍ତ କରିଥିଲେ । ମାଲକାନଗିରି ଜିଲ୍ଲାରେ ଅନେକ ନେତାଙ୍କ ବିୟୋଗ ଘଟିଥିଲେ ମଧ୍ଯ ତାଙ୍କର ଗୋଟିଏ ମଧ୍ଯ ପ୍ରତିମୂର୍ତ୍ତଟିଏ ନାହିଁ,ଏଣୁ ସରପଞ୍ଚ ସଂଘ ଏ ଯେଉଁ ପୂଜ୍ଯ ପୂଜାର ପରମ୍ପରାରା ସୃଷ୍ଟି କଲେ ନିଶ୍ଚିତ ଧନ୍ଯବାଦର ପାତ୍ରବୋଲି ଶ୍ରୀନାୟକ କହିଥିଲେ । ଶେଷରେ ସଂଗଠକ ସୋନି ଅନୁଗୁ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.