ସ୍ନାନଯାତ୍ରା ପ୍ରସ୍ତୁତି ବୈଠକ, କେବଳ ନୀତିକାନ୍ତିରେ ସୀମିତ ରହିବ ପାତାଳି ଶ୍ରୀକ୍ଷେତ୍ର ରଥଯାତ୍ରା ।

0 366

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୦୩/୦୬ ,କାରୋନା ମହାମାରୀ କଟକଣା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ର ଠାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଯାନିଯାତ୍ରା,ଦିଅଁଦର୍ଶନ,ଭକ୍ତ ସମାଗମ ସମ୍ପୂର୍ଣ୍ଣ ବନ୍ଦ ରହିଥିବା କାରଣରୁ ଛଳିଆ ପାହାଡ ପାଦଦେଶ ଶୁନଶାନ ହୋଇପଡିଛି ।ଏହି ପରିପ୍ରେକ୍ଷୀରେ ଏଥର ମହାପ୍ରଭୁଙ୍କର ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାକୁ କେବଳ ନୀତିକାନ୍ତିରେ ସୀମିତ କରାଯାଇପାରେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଓ ୨୩ ତାରିଖରେ ପବିତ୍ର ଘୋଷଯାତ୍ରା କାର୍ଯ୍ୟକ୍ରମ ହେଉଥିବାରୁ ପାତାଳି ଟ୍ରଷ୍ଟର ସ୍ଥାନୀୟ କର୍ମକର୍ତ୍ତାମାନେ ଏ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ତଦନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।ସେହିଭଳି ବିରମହରାଜପୁର  ଜଗନ୍ନାଥ ମନ୍ଦିର  ଟ୍ରଷ୍ଟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ଆଗାମୀ ସ୍ନାନ ପୂର୍ଣ୍ଣିମାରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନଯାତ୍ରା କରାଯିବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି । ମନ୍ଦିର ପରିଚାଳନା କମିଟି ସଭାପତି ବିଷ୍ଣୁଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ଶମ୍ଭୁ ଭୂଷଣ ହୋତା,କୋଷାଧ୍ୟକ୍ଷ ଭୂଷଣ କୁମାର ପାତ୍ର,ସଭ୍ୟ କାର୍ତ୍ତିକ ପ୍ରସାଦ ତରିଆ,ରଞ୍ଜିତ ରଥ,ଉମାକାନ୍ତ ପୁରୋହିତ,ଇନ୍ଦ୍ରଜିତ ପରୁଆ,ବଳରାମ କାଣ୍ଡ,ନରେନ୍ଦ୍ର ଚାନ୍ଦ,ପହଣ୍ଡି କମିଟି ମୁଖ୍ୟ ଦ୍ବିତୀକୃଷ୍ଣ ପଣ୍ଡା,ଉପମୁଖ୍ୟ ଯୁଗଳ କିଶୋର ମିଶ୍ର ପୂଜକ ବିଶ୍ଵାମିତ୍ର ଚାନ୍ଦ,ସୁଶାନ୍ତ ପୁରୋହିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.