ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଏକ ଅଭିନବ ପ୍ରୟାସ ।

0 117

ଢେଙ୍କାନାଳ,(ପିପିଟି ନ୍ଯୁଜ୍)୨୭/୦୪-ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ପଞ୍ଚାୟତରେ ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି ।   ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ସାହିରେ ଚକୁଳିଆ ପଣ୍ଡା ହୋଇ ଗୀତ ଗାଇ ଲୋକ ମାନଙ୍କୁ ସଚେତନ କରିବା ସହିତ ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଚୁଡା , ବିସ୍କୁଟ , ମାସ୍କ ,ସାବୁନ ଇତ୍ୟାଦି ଗରିବ ଲୋକ ମାନଙ୍କୁ ବଣ୍ଟନ କରାଯାଇଛି । ତେବେ ଏହି ସଚେତନ କାର୍ଯ୍ୟକ୍ରମରେ ଅନୁଷ୍ଠାନର  ସଭାପତି ଶଙ୍କର୍ଷଣ ଜେନା ଲୋକ ମାନଙ୍କୁ ଏହି ମହାମରୀରୁ କିଭଳି ରକ୍ଷା ପାଇବେ ସେ ନେଇ ସଚେତନ କରିଥିବା ବେଳେ ଯୁବ ସାମ୍ବାଦିକ ତଥା ସମାଜସେବୀ ବିଜ୍ଞାନ ମହାନ୍ତି ଚକୁଳିଆ ପଣ୍ଡା ହୋଇ ଘର ଘର ବୁଲି ସଚେତନ କରିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମରେ  ବଡ଼ଜେନା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଓ ଗୁରୁଦେବଜୀ ମିଶନ ସୁରକ୍ଷାର ପ୍ରତିଷ୍ଠାତା ଇଂ ସୌମ୍ୟବ୍ରତ ସାହୁ ଯୋଗ ଦେଇ କିଭଳି ସାବୁନରେ ବାରମ୍ବାର ହାତ ଧୋଇବେ ଓ ସାମାଜିକ ଦୂରତ୍ୱର ଗୁରୁତ୍ୱ ଉପରେ ଲୋକ ମାନଙ୍କୁ କହିବା ସହ ସଚେତନ କରିଥିଲେ।
ରିପୋର୍ଟ – ଶୁଭମ୍ ପାଣି ।

Leave A Reply

Your email address will not be published.