ସୁରତ ପାଣ୍ଡେଶ୍ଯରା ରୁ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।

0 800

ପୋଲସରା,(ପିପିଟି)୦୨/୦୫, ସୁରତ ପାଣ୍ଡେଶ୍ଯରା ରୁ ବସ୍ ଯୋଗେ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।ଆଜି ପ୍ରବାସୀ ଓଡିଆଙ୍କୁ ଧରି ବସ୍ ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଅପରାହ୍ନ ୩ଟା ୧୫ ମିନଟରେ ପହଞ୍ଚିଥିଲା । କଳମ୍ବ ପଞ୍ଚାୟତର ୪୯ ଜଣ ଥିବାବେଳେ ଅନ୍ୟ ପଞ୍ଚାୟତର ୭ ଜଣ ବୋଲି  ଜଣାପଡିଛି ।ସେଥି ମଧ୍ୟରୁ ମହିଳା ୨ ଜଣ, ନାବାଳକ ଓ ନାବାଳିକା ୨ଜଣ ରହିଛନ୍ତି । ଘୋଡାପଲାଣ ପଞ୍ଚାୟତର ୩ଜଣ,ଖଣ୍ଡୁରୁ ପଞ୍ଚାୟତର ୨ଜଣ,କବିସୂର୍ଯ୍ଯ ନଗର ବ୍ଲକ୍ ଏ ବରିଡା ଗ୍ରାମ ୧ ଓ ବାଉଁଶିଆ ନୂଆଁପଲ୍ଲୀର ୧ଜଣଙ୍କୁ କଳମ୍ବ ପଞ୍ଚାୟତର ପଟଣା କୋଠ ଗୃହ,ପାଟଣା ପ୍ରଥମିକ ବିଦ୍ୟାଳୟ ଓ ଚମ୍ପା ନାନି ପୋଖରୀ ନିକଟ ଅଙ୍ଗନୱାଡି କେନ୍ଦ୍ର କ୍ବାରେଣ୍ଟାଇନ୍ ରେ ରଖାଯାଇଥିବା ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦିଙ୍କ ଠାରୁ ସୂଚନା ମିଳିଛି । ସମସ୍ତ ପ୍ରବାସୀ ଓଡିଆଙ୍କ ପ୍ରାଥମିକ ସ୍କାନିଙ୍ଗ୍ କରାଯାଇଛି ।ତହସିଲଦାର,ଥାନା ଅଧିକାରୀ,ରାଜସ୍ୱ ନିରୀକ୍ଷକ,ସରପଞ୍ଚ,ସମିତି ସଭ୍ୟ,ସ୍ବାସ୍ଥ୍ୟ କର୍ମୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.