ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ପ୍ରିୟବ୍ରତ ସାହୁ ।

0 300

ଉଲୁଣ୍ଡା,୧୯/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କମଳପୁର ଗ୍ରାମର ଯୁବ ନେତା ପ୍ରିୟବ୍ରତ ସାହୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ସୋନପୁର ସମେତ ରାଜ୍ୟର ଅନ୍ୟ ୧୦ଟି ସାଙ୍ଗଠନିକ ଜିଲ୍ଲାରେନୂତନ ଜିଲ୍ଲା ସଭାପତି ନିଯୁକ୍ତ କରିଛନ୍ତି । ପୂର୍ବରୁ ଶ୍ରୀ ସାହୁ ଜଣେ ଦକ୍ଷ ସଂଗଠକ ହିସାବରେ ରାଜ୍ୟ ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଏଆଇଏନଟିୟୁସିର ଯୁବ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲାରେ ତୃଣମୂଳ ସ୍ତରରେ ଜିଲ୍ଲା ଯୁବ କଂଗ୍ରେସକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.