ସୁନାମଧନ୍ୟ କଣ୍ଠଶିଳ୍ପୀ କୃଷ୍ଣ ଚନ୍ଦ୍ର ବାଡତ୍ୟାଙ୍କ ବିୟୋଗରେ ଶୋକସଭା ।

0 134

ବ୍ରହ୍ମପୁର, ତା. ୦୪/୦୬ ,ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ସଦସ୍ୟ ସୁନାମଧନ୍ୟ ଲୋକଗୀତ କଣ୍ଠଶିଳ୍ପୀ କୃଷ୍ଣ ଚନ୍ଦ୍ର ବାଡତ୍ୟାଙ୍କ ବିୟୋଗରେ ସଂଘ ପକ୍ଷରୁ ବାଲାଜୀ ପେଣ୍ଠ ସାହି ସ୍ଥିତ ମଞ୍ଚଜ୍ୟୋତି କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ମୃତିଚାରଣ ସଭାରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା କ୍ରମରେ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ବାଡତ୍ୟା ଜଣେ ଉଚ୍ଚକୋଟୀର ତଥା ସୁନାମଧନ୍ୟ ଲୋକଗୀତ କଣ୍ଠଶିଳ୍ପୀ ଥିଲେ ଓ ତାହାଙ୍କ ବିୟୋଗ ଜିଲ୍ଲା ଲୋକ ସଂସ୍କୃତି କ୍ଷେତ୍ରରେ ଶୋକର ଛାୟା ଖେଳାଇ ଦେଇଥିବା ବିଷୟ ଉପସ୍ଥାପନ କରିଥିଲେ । ସ୍ବର୍ଗତ ବାଡତ୍ୟା ଚଳିତ ମାସ ଏକ ତାରିଖ ସନ୍ଧ୍ୟା ସାତ ଘଟିକାରେ ତାହାଙ୍କ ଚିକିଟି କରବାଲୁଆ  ବାସଭବନ ଠାରେ ହୃଦଘାତ ଜନିତ ମାତ୍ର ୬୪ ବର୍ଷ ବୟସରେ ପରଲୋକ ଗମନ କଲେ । ସଂଘ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସର୍ବ ପ୍ରଥମେ ସ୍ବର୍ଗତ ଆତ୍ମାର ସଦ୍ଗତି ପ୍ରାପ୍ୟାର୍ଥେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ପକ୍ଷରୁ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, କିଶୋର କପୁର୍, ଲକ୍ଷ୍ମୀ ନାରାୟଣ ସାମଲ, ନୀଳମାଧବ ଜେନା, କୁନୁ ବେହେରା, ଭଗବାନ ସାମଲ, ବିଜୁଳି ଦାସ, ମହେନ୍ଦ୍ର ସାହୁ, ସରୋଜିନୀ ପାଣି, ନିହରିକା ସାହୁ ପ୍ରମୁଖ ବହୁ ସଦସ୍ୟ-ସଦସ୍ୟା ସାମାଜିକ ଦୂରତ୍ବ ରକ୍ଷା ସହ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.